ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନୋଇଡ଼ାର ଏକ ସପିଂ ମଲ୍ ନିକଟରେ ଜଣେ ୨୬ ବର୍ଷ ବୟସ୍କା ମହିଳାଙ୍କୁ ପାଞ୍ଚ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତିନି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇ ସ୍ଥାନୀୟ ଅଭିଯୁକ୍ତ ଏପର୍ଯ୍ୟନ୍ତ ଧରାପଡ଼ିନାହାନ୍ତି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ- ଏହି ଗଣଦୁଷ୍କର୍ମ ନିକଟ ଅତୀତରେ ଘଟିଥିଲେ ବି ଉଚିତ୍ ସମୟରେ ଅଭିଯୋଗ କରାଯାଇନାହିଁ। ତେବେ ଯେଉଁମାନେ ଏଥିରେ ସାମିଲ୍ ଅଛନ୍ତି ସେମାନେ ଜଣେ ଜଣେ ଶକ୍ତିଶାଳୀ ବ୍ୟକ୍ତି ବୋଲି ପୋଲିସ ବିବୃତିରେ କହିଛି। ପ୍ରକାଶ ଥାଉକି, ଅଭିଯୁକ୍ତମାନେ ପ୍ରଥମେ ଦୁଷ୍କର୍ମ କରିଥିଲେ। ସେତେବେଳେ କିନ୍ତୁ ପୀଡ଼ିତା ତାଙ୍କ ବିରୋଧରେ କୌଣସି ମାମଲା ରୁଜୁ କରିନଥିଲେ। ହେଲେ ସେମାନେ ପୁଣି ଥରେ ବ୍ଲାକମେଲ କରିବା ଏବଂ ହଇରାଣ ହେବା ପରେ ସେ ଡିସେମ୍ବର ୩୦ ତରିଖରେ ପୀଡ଼ିତା ଓ ପରିବାର ପୁଲିସ୍ ନିକଟର ପହଞ୍ଚିଥିଲେ। ଡିସେମ୍ବର ୩୦ରେ ସେକ୍ଟର ୩୯ ପଲିସ ଷ୍ଟେସନରେ ଏକ ଏଫଆଇଆର ଦାଖଲ କରାଯାଇଥିଲା। ଯାହାର ତଦନ୍ତ କରାଯାଇଥିଲା ଏବଂ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ବୋଲି ପୁଲିସ ମୁଖପାତ୍ର କହିଛନ୍ତି। ମୁଖପାତ୍ର କହିଛନ୍ତି ଯେ “ଗିରଫ ହୋଇଥିବା ବ୍ୟକ୍ତି ରାଜକୁମାର, ଆଜାଦ ଏବଂ ବିକାଶ ବୋଲି ଜଣାପଡିଛି। ରବି ଏବଂ ମେହମି ନାମକ ଅନ୍ୟ ଦୁଇଜଣ ଅଭିଯୁକ୍ତ ଫେରାର୍ ଅଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି।” ଗିରଫ ଅଭିଯୁକ୍ତଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଛି।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..