ରିପୋର୍ଟ କାର୍ଡ / ପାଟଣା
ବିହାର ଛପରାରେ ବାଲି ବୋଝେଇ ଡଙ୍ଗା ଗଙ୍ଗା ନଦୀରେ ଓଲଟି ପଡିଛି। ଡଙ୍ଗାରେ ୧୪ ଶ୍ରମିକ ଥିଲେ। ସମସ୍ତ ଶ୍ରମିକ ବୁଡି ଯାଇଥିବା ଆଶଙ୍କା କରାଯାଉଛି। ମାମଲା ସମ୍ପର୍କରେ ସୂଚନା ପାଇ ଜିଲ୍ଲା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଓ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। କିଛି ଶ୍ରମିକ ପହଁରି ପହଁରି ବାହାରକୁ ଆସିଛନ୍ତି ବୋଲି ମଧ୍ୟ କୁହାଯାଉଛି। କିନ୍ତୁ ଏ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନାହିଁ। ଡେରିଗଂଜ ଓ ମନେର ସୀମାରେ ନାସ ନିକଟରେ ଦୁର୍ଘଟଣା ହୋଇଛି ବୋଲି କୁହାଯାଉଛି। କୋଇଲୱରରୁ ବାଲି ଆଣି ଡଙ୍ଗା ଫେରୁଥିଲା। ଡଙ୍ଗାରେ ବାଲି ଲଦିଥିବା ଶ୍ରମିକ ମଧ୍ୟ ଥିଲେ। ଡଙ୍ଗା ହଠାତ ଗଙ୍ଗା ନଦୀରେ ଓଲଟି ପଡିଛି। ଗଙ୍ଗାରେ ନିଖୋଜ ହୋଇଥିବା ଶ୍ରମିକ ମୁଜାଫରପୁର ଓ ମୋତିହାରୀର ବୋଲି କୁହାଯାଇଛି। ଘଟଣାସ୍ଥଳକୁ ଉଦ୍ଧାରକାରୀଙ୍କୁ ମଧ୍ୟ ଡକାଯାଇଛି। ଗଙ୍ଗାରେ ପାଣିର ପ୍ରଖର ସ୍ରୋତ ହେତୁ ଅଧିକାରୀମାନେ ଏକ ପ୍ରକାର ଅସହାୟ ହୋଇପଡିଛନ୍ତି। ମୋଟର ଡଙ୍ଗା ଦ୍ୱାରା ଘଟଣାସ୍ଥଳରେ ତଦନ୍ତ କରାଯାଉଛି।
Discussion about this post