ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ୨ ଜଣକୁ ଗିରଫ କରିଛି ପୋଲିସ । କନଷ୍ଟେବଲ ମହମ୍ମଦ ମୌସିମଙ୍କ ସମେତ ୨ ଜଣଙ୍କୁ ଗିରଫ କରାଯାଇଛି। ସମ୍ବଲପୁର ଜେଲ୍ର ଜଣେ ୱାର୍ଡରଙ୍କୁ ମଧ୍ୟ ଗିରଫ କରାଯାଇଛି। ଉଭୟଙ୍କୁ ମଙ୍ଗଳାବାଗ ଥାନା ପୋଲିସ ଗିରଫ କରିଛି। ହାଇଦର ଫେରାର ଦିନ ଡ୍ୟୁଟିରେ ଥିଲେ କନଷ୍ଟେବଲ ମୌସିମ। ପୂର୍ବରୁ ମୌସିମ ସହ ୬ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ହାଇଦରକୁ ଜଗିବା ଦାୟିତ୍ୱରେ ଥିବା ୬ ପୋଲିସ ନିଲମ୍ବିତ ହୋଇଛନ୍ତି। ଏସ୍ସିବିରେ ହାଇଦର ଚିକିତ୍ସିତ ହେଉଥିବା ବେଳେ ସୁରକ୍ଷା ଦାୟିତ୍ବରେ ଥିଲେ କନଷ୍ଟେବଲ ମହମ୍ମଦ ମୌସିମ । ଏହା ପୂର୍ବରୁ ହାଇଦରକୁ ଖସାଇବାରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ ୩ ଜଣଙ୍କ ମଧ୍ୟରେ ଜଣେ ଯୁବତୀ ମଧ୍ୟ ଥିଲେ ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..