ରିପୋର୍ଟ କାର୍ଡ / ଅନୁଗୁଳ
ହାଘର କାର୍ଡ ବଣ୍ଟନ ନାଁରେ ଚାଲିଥିଲା ଗଞ୍ଜେଇ ଚାଲାଣ । ଅବକାରୀ ବିଭାଗ ଗାଡ଼ି ଅଟକାଇ ପଚାରିବାରୁ କାର୍ଡ ବାଣ୍ଟିବାକୁ ଯାଉଥିବା କହି କହିଥିଲେ ଗାଡିଚାଳକ | ଗାଡ଼ି ଯାଞ୍ଚ ବେଳେ ବାହାରିଥିଲା ପ୍ରାୟ ୬୦ କେଜି ଗଞ୍ଜେଇ। ଏପରି ଘଟଣା ଆଜି ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ମୁଣ୍ଡାସାହି ନିକଟରେ ଘଟିଛି। ଏହି ଘଟଣାରେ ଅବକାରୀ ବିଭାଗ ପକ୍ଷରୁ ୩ ଜଣଙ୍କୁ ଗିରଫ କରାଯାଇଛି। ବୌଦ୍ଧରୁ ବାଲେଶ୍ୱର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଆଜି ଅବକାରୀ ବିଭାଗକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ଅବକାରୀ ଟିମ୍ ମୁଣ୍ଡାସାହି ନିକଟରେ ଗାଡ଼ି ଯାଞ୍ଚ କରୁଥିଲା। ସକାଳେ ଏକ କାର୍ରେ ୩ ଯୁବକ ଯାଉଥିବା ବେଳେ ତାଙ୍କୁ ଅଟକାଇ ପଚରାଉଚରା କରିଥିଲେ ଅବକାରୀ ଅଧିକାରୀ। ସେମାନେ ବାହାଘର କାର୍ଡ ବାଣ୍ଟିବାକୁ ଯାଉଥିବା କହିଥିଲେ ବି ଅବକାରୀ କର୍ମଚାରୀ ଗାଡ଼ି ଯାଞ୍ଚ କରିଥିଲେ। ଏହାପରେ ଗାଡ଼ି ଡିକିରେ ୨ ବସ୍ତା ଭର୍ତ୍ତି ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ।






More Stories
ପ୍ରମିଳାଙ୍କ ବାସଭବନରେ ନେତାଙ୍କ ମେଳି…..
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ…..