ରିପୋର୍ଟ କାର୍ଡ / ମାଲକାନଗିରି
ମାଲକାନଗିରିରେ ଗଞ୍ଜେଇ ଚୋରା ଚାଲାଣ ବେଳେ କାଲିମେଳା ପୋଲିସ ହାତରେ ଧରା ପଡିଛନ୍ତି ତେଲେଙ୍ଗାନା ପୋଲିସ। କନେଷ୍ଟବଲଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି। ନାଇଟ୍ ପାଟ୍ରୋଲିଂ ସମୟରେ ଏମାନଙ୍କୁ କମଳା ପଦର ଅଞ୍ଚଳରୁ ଗିରିଫ କରାଯାଇଛି। ଏମାନଙ୍କ ନିକଟରୁ ୧୦୩ କେଜି ଗଞ୍ଜେଇ ସମେତ ଦୁଇଟି କାର୍, ୩ଟି ଆଇଫୋନ୍, ATM କାର୍ଡ, ପାନକାର୍ଡ ଓ ଆଧାର କାର୍ଡ ଜବତ କରାଯାଇଛିl ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ। ମାଲକାନଗିରିରୁ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ସୂଚନା କାଲିମେଳା ଥାନା ଅଧିକାରୀ ଦେଇଛନ୍ତି। ୭ ଜଣ ଅଭିଯୁକ୍ତଙ୍କୁ NDPS ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଛି କାଲିମେଳା ପୋଲିସ।






More Stories
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….