ରିପୋର୍ଟ କାର୍ଡ / ଗଂଜାମ
ଏକ ବନ୍ଦ ଘରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଜଣଙ୍କ ବ୍ରହ୍ମପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନର ଯୁକ୍ତ ଦୁଇ ବିଜ୍ଞାନ ଦ୍ୱିତୀୟ ବର୍ଷରେ ପଢ଼ୁଥିଲେ। ତାଙ୍କ ନାଁ ଦେବାଶିଷ ସେଠୀ। ସେ ବୈଦ୍ୟନାଥପୁର ଥାନା ସୂର୍ଯ୍ୟ ନଗର ଅଞ୍ଚଳରେରେ ରହୁଥିଲେ। ଗତକାଲି ଦେବାଶିଷଙ୍କର ଫିଜିକ୍ସ ପରୀକ୍ଷା ଥିଲା। ପରୀକ୍ଷା ପରେ ଦେବାଶିଷ ଘରକୁ ଫେରିଥିଲେ। ପରିବାର ଲୋକଙ୍କ ସହ ଭଲରେ କଥାବାର୍ତ୍ତା କରିବା ସହ ମା’ ଯାହା ଦେଇଥିଲେ ସେ ଖାଇଥିଲେ। ପରେ ସନ୍ଧ୍ୟାରେ ନିଜ ରୁମ୍କୁ ରେଷ୍ଟ ନେବାକୁ ଯାଇଥିଲେ। ହେଲେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ନିଜ ରୁମ୍ର କବାଟ ଖୋଲି ନଥିଲେ ଦେବାଶିଷ। ପରିବାରଲୋକ ଯେତେ କବାଟ ବାଡ଼େଇଲେ ମଧ୍ୟ ଖୋଲିନଥିଲେ। ପରେ କବାଟ ତାଡ଼ିବା ପରେ ରୁମରୁ ଦେବାଶିଷଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଦେବାଶିଷଙ୍କୁ ମୃତ ଘୋଷଣା କରିଥିଲେ।ଦେବାଶିଷ କେଉଁଥି ପାଇଁ ଆତ୍ମହତ୍ୟା କଲେ, ଏହା ପଛରେ କେଉଁ କାରଣ ରହିଛି ତାହା ଜଣାପଡ଼ିନାହିଁ। ପରିବାର ଲୋକ ମଧ୍ୟ ଦେବାଶିଷଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିନାହାନ୍ତି। ବୈଦ୍ୟନାଥପୁର୍ ଥାନା ପୋଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……