ରିପୋର୍ଟ କାର୍ଡ / ଗଞ୍ଜାମ
ରାସ୍ତାକଡ଼ରେ ଥିବା ଗଛକୁ ଭାରସାମ୍ୟ ହରାଇ ଧକ୍କା ଦେଲା ବସ୍। ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜି. ନୂଆଗାଁ ଛକରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କ ମଧ୍ୟରେ କଲେଜ ଛାତ୍ରଛାତ୍ରୀ ଥିବା ଜଣାପଡ଼ିଛି | ଆଜି ଚିକମିକ ନାମକ ଯାତ୍ରୀବାହୀ ବସ୍ଟି ଭଞ୍ଜନଗରରୁ ବୁଗୁଡ଼ା ଅଭିମୁଖେ ଆସୁଥିଲା। ଜି.ନୂଆଗାଁ ବ୍ରିଜ ନିକଟରେ ବସ୍ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ କଲେଜ ଛାତ୍ରଛାତ୍ରୀଙ୍କ ସମେତ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ଚାଳକ ମଦ ପିଇ ଗାଡ଼ି ଚଲାଇବା ଯୋଗୁ ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ବସ୍କୁ ଜବତ କରି ଘଟଣାର ତଦନ୍ତ କରୁଛି।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……