ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗଞ୍ଜାମ ଜିଲ୍ଲାରେ ନିର୍ବାଚନୀ ହିଂସା ବଢ଼ିବାରେ ଲାଗିଛି | ୨୦ ତାରିଖରେ ଓଡ଼ିଶାରେ ହେବ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ହେବ | ସୁରକ୍ଷାକୁ ଦୃଷ୍ଟିରେ ରଖି ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି । ଏହି କେନ୍ଦ୍ରୀୟ ଫୋର୍ସ ଯବାନମାନେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବୁଥରେ ମୁତୟନ ହେବେ । ସେମାନଙ୍କୁ ରିଜର୍ଭ ଫୋର୍ସ କିମ୍ବା ଷ୍ଟ୍ରାଇକିଂ ଫୋର୍ସ ଭାବେ ନିୟୋଜିତ ନକରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।ସୂଚନା ଅନୁସାରେ, ଗଞ୍ଜାମରେ ରାଜନୀତିକ ହିଂସା ବୃଦ୍ଧି ପାଇବା ପରେ ଆସନ୍ତା ୨୦ତାରିଖରେ ହେବାକୁ ଥିବା ଜିଲ୍ଲାର ଆସିକା ସଂସଦୀୟ କ୍ଷେତ୍ର ନିର୍ବାଚନ ପାଇଁ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରାଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଞ୍ଜାମ ଜିଲ୍ଲାରେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ପାଇଁ ଅନୁମୋଦନ ଦେଇଛନ୍ତି । ଆସନ୍ତା ୨୦ତାରିଖରେ ପଂଚମ ପଂଚାୟତ ନିର୍ବାଚନରେ ଗଞ୍ଜାମ ଜିଲ୍ଲାର ୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଶାନ୍ତିଶୃଙ୍ଖଳା ମଧ୍ୟରେ ନିର୍ବାଚନ ପରିଚାଳନା ପାଇଁ ଏହି ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ନିୟୋଜିତ ହୋଇଛନ୍ତି ।
More Stories
ଏଲଏସିକୁ ରାସ୍ତା ତିଆରିଲା ଭାରତ…..
ସୋନିଆଙ୍କ ବିରୋଧରେ ମାମଲା ଦାଏର…..
ସୋସିଆଲ୍ ମିଡିଆ ଅପପ୍ରଚାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ…..