ରିପୋର୍ଟ କାର୍ଡ / ଗଂଜାମ
ବାଲେଟ ପେପରରେ ପ୍ରାର୍ଥୀଙ୍କ ଚିହ୍ନ ନଦେଖାଯିବାରୁ ମତଦାନ ଅଧାରୁ ବନ୍ଦ ଥିବା ଜଣାପଡିଥିଲା | ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକରେ ରେ ମଙ୍ଗଳବାର ଥିଲା ଚତୁର୍ଥ ପର୍ଯ୍ୟାୟ ମତଦାନ l ବ୍ଲକ ର ୨୧ ଟି ପଞ୍ଚାୟତ ରେ ହେଲା ମତଦାନ କିନ୍ତୁ ସୁନାରିଝୋଳା ପଂଚାୟତ ର ୫ ନଂ ବୁଥ ରେ ପ୍ରିଜାଡିଙ୍ଗ ଅଫିସର ବେଲେଟ ପେପର ଫୋଲଡିଂ ରେ କେବଳ ଦୁଇ ଜଣ ପ୍ରାର୍ଥୀ ଙ୍କ ନାମ ଓ ଚିହ୍ନ କୁ ଦେଖାଇ ଅନ୍ୟ ପ୍ରାର୍ଥୀ ଙ୍କ ଚିହ୍ନ ଲୁଚାଇ ଦେଉଥିବା ଅଭିଯୋଗ କରି ସରପଞ୍ଚ ପ୍ରାର୍ଥୀ ଦୁଇଜଣ ଅସନ୍ତୋଷ ପ୍ରକାଶ କରି ଭୋଟ ଗ୍ରହଣ ବନ୍ଦ କରିବା ପରେ ଘଟଣା ସ୍ଥଳରେ ବିଡ଼ିଓ, ତହସିଲଦାର, ପୋଲିସ ଅଧିକାରୀ ପହଂଚି ଥିଲେ l ପୁନଃ ମତଦାନ ପାଇଁ ଅନୁରୋଧ କରିଥିଲେ ପ୍ରାର୍ଥୀ l କିନ୍ତୁ ବିଡ଼ିଓ ଜିଲ୍ଲାପାଳ ଙ୍କ ସହ ଯୋଗାଯୋଗ କରିବା ପରେ ପ୍ରାଥୀଙ୍କ ଅଭିଯୋଗ ରାଜ୍ୟ ନିର୍ବାଚନ କମିଶନର ନିଷ୍ପତି ନେବେ ବୋଲି କହି ପୁଲିଂ କରିବାକୁ କହିବା ପରେ ପାଟିତୁଣ୍ଡ ଦେଖାଦେଇଥିଲା l ଶେଷରେ ପ୍ରାଥୀଙ୍କ ଲିଖିତ ଅଭିଯୋଗ କୁ ବିଡ଼ିଓ ଗ୍ରହଣ କରି କଡା ସୁରକ୍ଷା ବ୍ୟବସ୍ଥା ରେ ବୁଥରୁ ପ୍ରିଜାଇଣ୍ଡିଙ୍ଗ ଅଫିସର, ଭୋଟ ବାକ୍ସ ବ୍ଲକ କୁ ଅଣାଯାଇଥିବା ସୂଚନା ମିଳିଛି l ଘଟଣା ସମ୍ପର୍କ ରେ ଆମେ ନିର୍ବାଚନ ଅଧିକାରୀ, ତହସିଲଦାର, ପୋଲିସ ଅଧିକାରୀ ଙ୍କ ପ୍ରତିକ୍ରିୟା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ l
More Stories
ଶିଳ୍ପାଙ୍କ ସହ ଫଟୋ ଉଠାଇବା ସେବାୟତଙ୍କୁ ମହଙ୍ଗା ପଡିଛି….
ଧର୍ମ ପରିବର୍ତ୍ତନ କରିଥିବାରୁ ଘରରେ ପଡ଼ିରହିଛି ଶବ…..
ଖୋଲିଲା ଶିମିଳିପାଳ ଅଭୟାରଣ୍ୟ….