ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ରେଳବାଇ ପକ୍ଷରୁ ପ୍ରତିଦିନ ବିକାଶ କାର୍ଯ୍ୟ, କୁହୁଡି ଓ ପାଣିପାଗ କାରଣରୁ ଟ୍ରେନ୍ ବାତିଲ କରାଯାଉଛି । ଏହାର ସୂଚନା ରେଲୱେର ଅଫିସିଆଲ ୱେବସାଇଟରେ ପ୍ରତିଦିନ ଜାରି ହେଉଛି । ସେହିପରି ଆଜି ୨୩ ଫେବ୍ରୁଆରୀରେ ୩୦୦ରୁ ଅଧିକ ଟ୍ରେନକୁ ବାତିଲ କରିଛି ରେଳବାଇ । ଏହା ସହ କିଛି ଟ୍ରେନକୁ ଆଂଶିକ ଭାବେ ବାତିଲ କରାଯାଇଛି । ରେଲୱେର ଅଫିସିଆଲ ୱେବସାଇଟ enquiry.indianrail.gov.in ରେ ସକାଳ ୮.୩୦ରେ ଦିଆଯାଇଥିବା ଅପଡେଟ ଅନୁସାରେ, ରବିବାରରେ ରେଲୱେ ପକ୍ଷରୁ ୩୩୬ ଟ୍ରେନକୁ ସମ୍ପୂର୍ଣ୍ଣ ଭାବେ ବାତିଲ କରାଯାଇଛି । ସେହିପରି ୨୫ଟି ଆଂଶିକ ବାତିଲ ହୋଇଛି । ଏହା ବ୍ୟତୀତ ୩୨ଟି ଟ୍ରେନର ରୁଟରେ ପରିବର୍ତ୍ତନ କରାଯାଇଛି । ୬ ଟି ଟ୍ରେନର ସିଡ୍ୟୁଲ କରାଯାଇଛି । ଏପରି ପରିସ୍ଥିତିରେ ଯଦି ଆପଣ ଯାତ୍ରା କରିବାକୁ ପୋଗ୍ରାମ କରୁଛନ୍ତି, ତେବେ ଯିବା ପୂର୍ବରୁ ଲିଷ୍ଟ ଚେକ୍ କରି ବାହାରନ୍ତୁ । ରେଲୱେର ଅଫିସିଆଲ ୱେବସାଇଟ enquiry.indianrail.gov.in ମାଧ୍ୟମରେ ଆପଣ ସମ୍ପୂର୍ଣ୍ଣ ଲିଷ୍ଟ ଚେକ୍ କରିପାରିବେ ।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..