ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସରକାରଙ୍କ ଦ୍ବାରା ପେଗାସସ୍ ଗୁଇନ୍ଦା ସଫ୍ଟୱେର ଜରିଆରେ ନିଜ ନାଗରିକଙ୍କ ଉପରେ ଗୁପ୍ତଚରଗିରି କରାଯାଉଥିବା ନେଇ ଅଭିଯୋଗ ହେବାରୁ ଏହାର ତଦନ୍ତ ପାଇଁ ସୁପ୍ରିମ୍କୋର୍ଟ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ। ଏହା ଅଦ୍ୟାବଧି ତା’ର ଅନ୍ତିମ ରିପୋର୍ଟ ପ୍ରସ୍ତୁତ କରିପାରି ନ ଥିବା ଏବଂ ଫେବ୍ରୁଆରି ୨୩ରେ ଶୁଣାଣି ଥିବାରୁ ତା’ ପୂର୍ବରୁ ପ୍ୟାନେଲ ପକ୍ଷରୁ ଆଜି ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି। ଚୂଡ଼ାନ୍ତ ରିପୋର୍ଟ ପାଇଁ ଆଉ କିଛିଦିନ ସମୟ ମଗାଯାଇଛି। ଅବସରପ୍ରାପ୍ତ ସୁପ୍ରିମ୍କୋର୍ଟ ବିଚାରପତି ଆର୍ଭି ରବୀନ୍ଦ୍ରନ୍ଙ୍କ ନେତୃତ୍ବାଧୀନ କମିଟି ଆଜି ସୁପ୍ରିମ୍କୋର୍ଟରେ ତାଙ୍କର ଅନ୍ତରୀଣ ରିପୋର୍ଟ ପ୍ରଦାନ କରି ତଦନ୍ତର ଅଗ୍ରଗତି ବିଷୟରେ ସୂଚନା ଦେଇଛନ୍ତି।






More Stories
ନୀତୀଶ ହେବେ ଉପ-ପ୍ରଧାନମନ୍ତ୍ରୀ !…..
ଦିଲ୍ଲୀରେ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…..
କିଭ୍ ଉପରେ ରୁଷ୍ର ଆକ୍ରମଣ; ୩୦ମୃତ…..