Report Card Odisha

| Daily Odia News

ଆନ୍ତରଜାତୀୟ ମାନବ ଅଧିକାର ପରିଷଦ ତରଫରୁ ଜୋକୋଲେଣ୍ଡି ଠାରେ ବୈଠକ…..

ରିପୋର୍ଟ କାର୍ଡ / ଗଂଜାମ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କାଳିମେଘି ପଞ୍ଚାୟତ ର ଜୋକୋଲେଣ୍ଡି ଗ୍ରାମରେ ଆନ୍ତରଜାତୀୟ ମାନବ ଅଧିକାର ର ଇଷ୍ଟଇଣ୍ଡିଆ ଜୋନ ବୋର୍ଡର ସଭାପତି ଶ୍ରୀଯୁକ୍ତ ପ୍ରମୋଦ କୁମାର ପୃଷ୍ଟି , ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି, ଗଞ୍ଜାମ ଜିଲ୍ଲା ସଭାପତି ସାଇପ୍ରସାଦ ପରିଡା,ପ୍ରଦୀପ କୁମାର ନାୟକ,ସୁରେଶ କୁମାର ନାୟକ, ବୁଗୁଡ଼ା ବ୍ଲକ ସଭାପତି ଗୀତାଞ୍ଜଳି ପ୍ରଧାନ,ଖଲିକୋଟ ସଭାପତି ସୁଜିତ ତରେଇ, ବେଗୁନିଆପଡା ବ୍ଲକ ସଭାପତି ମଞ୍ଜୁଲତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଲୋକ ମାନଙ୍କ ସହ ଆଲୋଚନା କରିଥିଲେ । ସେଇ ଗ୍ରାମର ପ୍ରାୟ ୨୦୦ ଲୋକ ଏହି ବୈଠକରେ ଯୋଗ ଦେଇଥିଲେ । ଏହି ଗ୍ରାମରେ ବସବାସ କରୁଥିବା ଲୋକ ପ୍ରାୟତଃ ଗରିବ ଶ୍ରେଣୀର ହେଇଥିବାରୁ ବିଭିନ୍ନ ସରକାରୀ ଯୋଜନା ତଥା ଆବାସ ଯୋଜନା, ବିଧବା ଭତ୍ତା ଜମିପଟା ଭଳି ଅନେକ ଯୋଜନାରୁ ବଂଚିତ ହେଉଛନ୍ତି ,ଯାହା ଫଳରେ ନାହିଁନଥିବା ଅସୁବିଧା ର ଶିକାରହେଉଛନ୍ତି । ସେଇମାନଙ୍କୁ କିପରି ସରକାରୀ ଯୋଜନା ପାଇବେ ସେଇଦିଗରେ ମଧ୍ୟ ଆଲୋଚନା କରିଥିଲେ ।ଆନ୍ତର୍ଜାତୀୟ ମାନବ ଅଧିକାର କର୍ମୀଙ୍କ ଏଇପରୀ କାର୍ଯ୍ୟ କୁ ଖୁବ ପ୍ରଶଂସା କରିଛନ୍ତି ଜୋକୋଲେଣ୍ଡି ଗ୍ରାମବାସୀ ।

 

Breaking News