ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁକ୍ରେନ-ରୁଷ ଯୁଦ୍ଧ ପରିସ୍ଥିତି ଜଟିଳ ରହିଛି | ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ସାମ୍ପ୍ରତିକ ୟୁକ୍ରେନ-ରୁଷ ଯୁଦ୍ଧ ପରିସ୍ଥିତି ଏବଂ ୟୁକ୍ରେନ ଉପରେ ଆକ୍ରମଣ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୂଚନା ଦେଇଛନ୍ତି। ପ୍ରାୟ ୨୫ ମିନିଟ ଧରି ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରୁଷ ଏବଂ ନାଟୋ ମଧ୍ୟରେ ଥିବା ମତପାର୍ଥକ୍ୟ କେବଳ ସଚ୍ଚୋଟ ଏବଂ ଆନ୍ତରିକ କଥାବାର୍ତ୍ତା ମାଧ୍ୟମରେ ସମାଧାନ ହୋଇପାରିବ। ଏହି ଅବସରରେ ତୁରନ୍ତ ହିଂସା ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ଏବଂ କୂଟନୈତିକ କଥାବାର୍ତ୍ତା ଜରିଆରେ ସମାଧାନର ସୂତ୍ର ବାହାର କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଟେଲିଫୋନ ଜରିଆରେ ହୋଇଥିବା ଆଲୋଚନା କାଳରେ ୟୁକ୍ରେନରେ ଭାରତୀୟ ନାଗରିକ, ବିଶେଷକରି ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ରୁଷ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି। ୟୁକ୍ରେନରେ ଥିବା ଭାରତୀୟ ନାଗରିକ, ବିଶେଷ କରି ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଭାରତର ଚିନ୍ତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ରୁଷ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ। ସେମାନଙ୍କୁ ନିରାପଦ ଭାବେ ସ୍ବଦେଶ ଫେରାଇ ଆଣିବା ଭାରତର ସର୍ବୋଚ୍ଚ ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ପୁତିନ ସହମତ ହୋଇଥିଲେ ଯେ ଆପୋସ ହିତ ଜଡ଼ିତ ପ୍ରସଙ୍ଗରେ ଉଭୟ ରାଷ୍ଟ୍ରର ଅଧିକାରୀ ଏବଂ କୂଟନୈତିକ ଦଳ ପରସ୍ପର ସହ ନିୟମିତ ଯୋଗାଯୋଗ ରକ୍ଷା କରିବେ।
More Stories
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାହୁଲ ଓ ଖଡଗେ…..
୭୨ ଘଣ୍ଟିଆ ଅସ୍ତ୍ରବିରତି ଘୋଷଣା କଲା ରୁଷ୍…..
କାଶ୍ମୀରର ୪୮ ପର୍ଯ୍ୟଟନସ୍ଥଳୀକୁ ବନ୍ଦ କଲେ ସରକାର…..