Report Card Odisha

| Daily Odia News

କଥା କଟାକଟିରୁ ହତ୍ୟାକାଣ୍ଡ…..

ରିପୋର୍ଟ କାର୍ଡ / ଗଂଜାମ

ସାମାନ୍ୟ କଥା କଟାକଟିରୁ ହତ୍ୟାକାଣ୍ଡ ଘଟିଛି । ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଞ୍ଚଳ କୁମ୍ଭାରଡିହରେ ଘଟିଛି। ମୃତକ ହେଲେ କୁମ୍ଭାରଡିହ ଗାଁର ୨୧ ବର୍ଷୀୟ ଶଙ୍କର ପ୍ରଧାନ । ସୂଚନା ଅନୁଯାୟୀ, କୌଣସି କାରଣରୁ ଦୁଇ ଗାଁରେ ବଚସା ହୋଇଥିଲା । ଏଥିରେ ଶଙ୍କରଙ୍କୁ କିଛି ଯୁବକ ମାରପିଟ କରିବା ସହ ଧକ୍କା ମାରିଥିଲେ । ଶଙ୍କର ତଳେ ପଡ଼ିଯିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ପାତ୍ରପୁର ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କେଉଁ କାରଣରୁ ଉଭୟ ଗାଁ ମଧ୍ୟରେ ଝଗଡ଼ା ଲାଗିଥିଲା, କ’ଣ ପାଇଁ ବଳି ପଡ଼ିଲେ ଶଙ୍କର, ଏଥିରେ କେଉଁ କେଉଁ ମାନେ ସମ୍ପୃକ୍ତ ତାହାର ଖୋଳତାଡ଼ କରୁଛି ପୋଲିସ ।

Breaking News