ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୋଲକାତା ହିଂସା ମାମଲାରେ ଟିଏମସିର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନ ଆଜି ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଏଭଳି ବର୍ବର ହିଂସାକୁ ମମତା କଡ଼ା ନିନ୍ଦା କରିବା ବଦଳରେ ଗୁଜରାଟ, ୟୁପି ଓ ବିହାର ଭଳି ରାଜ୍ୟରେ ଏଭଳି ଘଟଣା ସାଧାରଣ ବୋଲି ସେ କହିଛନ୍ତି। ରାମପୁରହାଟ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି ଦର୍ଶାଇ ମମତା କହିଛନ୍ତି ଯେ ହିଂସା ମାମଲାରେ ସରକାର ତତ୍କାଳ ପଦକ୍ଷେପ ଗ୍ରହଣ କରିଛନ୍ତି। ଆସନ୍ତାକାଲି ସେ ହିଂସାଗ୍ରସ୍ତ ଅଂଚଳକୁ ଯିବେ। ତାଙ୍କ ସରକାର ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ପଶ୍ଚିମବଂଗରେ ତୁରନ୍ତ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ କଂଗ୍ରେସ ଦାବି କରିଛି।






More Stories
ବଢ଼ିଲା ଧାନର MSP…..
ବିମାନ ଉଡ଼ାଣରେ ଲାଗିଲା କଟକଣା…..
ପୁଣି ମହଙ୍ଗାମାଡ:ବଢିଲା ଅମୂଲ କ୍ଷୀର ଦାମ୍……