Report Card Odisha

| Daily Odia News

ସମିତି ସଭ୍ୟଙ୍କୁ ଗୁଳିମାଡ…..

ରିପୋର୍ଟ କାର୍ଡ / ଗଞ୍ଜାମ

ବଣ ଭୋଜିରେ ଫୁଟିଥିଲା ଗୁଳି। ଏଥିରେ ୩ ଜଣ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ କେନ୍ଦୁବାଡି ପଞ୍ଚାୟତ ଗରେଈଝୁଳି ଗାଁରେ ଏହି ଘଟଣା ଘଟିଛି। ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ଜଣକ ହେଲେ କେନ୍ଦୁବାଡି ପଞ୍ଚାୟତର ସମିତିସଭ୍ୟ ନରେନ୍ଦ୍ର ସ୍ୱାଇଁ | ଗତକାଲି ବିଳମ୍ବିତ ରାତିରେ ଗରେଇଝୁଳି ଗାଁରେ କିଛି ଯୁବକ ବଣଭୋଜି କରୁଥିଲେ। ଭୋଜିରେ ଖୁସିମଜା ଚାଲିଥିଲା। ତେବେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ପାଟି ତୁଣ୍ଡ ହୋଇଥିଲା। ସେହି ରାସ୍ତାଦେଇ ନରେନ୍ଦ୍ର ଓ ତାଙ୍କ ଭାଇ ଘରକୁ ଫେରୁଥିଲେ। ଯୁବକଙ୍କ ପାଟିତୁଣ୍ଡ ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ଏହି ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। ଜଣେ ଯୁବକ ନରେନ୍ଦ୍ରଙ୍କ ଉପରକୁ ଗୁଳିମାଡ କରିଥିଲେ। ନରେନ୍ଦ୍ରଙ୍କୁ ରକ୍ଷା କରିବାକୁ ଯାଇ ତାଙ୍କ ଭାଇ ଓ ଅନ୍ୟ ଜଣେ ଆହତ ହୋଇଥିଲେ। ନରେନ୍ଦ୍ରଙ୍କ ଦେହରେ ମଧ୍ୟ ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମେକେସିଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଦୁଇ ଜଣଙ୍କୁ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ତଦନ୍ତ କରିବା ସହ ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନାହିଁ।

Breaking News