ରିପୋର୍ଟ କାର୍ଡ / ଭୁବନେଶ୍ବର
ଶୁକ୍ରବାରଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଗର୍ଭବତୀ ମହିଳାଙ୍କ ଟିକାକରଣ । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗର୍ଭବତୀ ମହିଳାଙ୍କ ପାଇଁ କୋୱିନ୍ ପୋର୍ଟାଲରେ ଏକ ବିଶେଷ ବୈଶିଷ୍ଟ୍ୟ ଯୋଗ କରାଯାଇଛି। ସେମାନେ ନିକଟସ୍ଥ କେନ୍ଦ୍ରଗୁଡ଼ିକରେ ଟିକାକରଣ ପାଇଁ ୱେବସାଇଟରେ ସ୍ଲଟ୍ ବୁକ୍ କରିପାରିବେ। ରାଜ୍ୟରେ ପ୍ରାୟ ୧୦ ଲକ୍ଷ ଗର୍ଭବତୀ ମହିଳା ଅଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅତି କମରେ ୪ ଲକ୍ଷ ଟିକାକରଣ କରାଯିବ ବୋଲି ସେ କହିଛନ୍ତି। ରାଜ୍ୟ ସରକାର ଗର୍ଭବତୀ ମହିଳାମାନଙ୍କୁ ଟିକାକରଣ ପ୍ରକ୍ରିୟା ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ଗର୍ଭବତୀ ମହିଳାମାନଙ୍କୁ ଗର୍ଭାବସ୍ଥାରେ କୋଭିଡ୍ ସଂକ୍ରମଣର ବିପଦ ଏବଂ ଟିକାକରଣର ଉପକାରିତା ସଂକ୍ରାନ୍ତରେ ସମସ୍ତ ସୂଚନା ପ୍ରଦାନ କରାଯିବ। ସମସ୍ତ ଟିକାକରଣ କେନ୍ଦ୍ରରେ ସ୍ବତନ୍ତ୍ର କକ୍ଷ ସ୍ଥାପନ କରାଯାଇଛି। ଯାହା ଫଳରେ ସେମାନଙ୍କୁ ଧାଡିରେ ଛିଡା ହେବାକୁ ପଡ଼ିବ ନାହିଁ। ଏଥିପାଇଁ ଏଏନ୍ଏମ୍, ଆଶା ଏବଂ ଅଙ୍ଗନୱାଡି କର୍ମଚାରୀ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ତାଲିମ ସମାପ୍ତ ହୋଇସାରିଛି।






More Stories
ଆଉ ଥରେ ହେଉ ନୂଆପଡ଼ା ଉପନିର୍ବାଚନ:କଂଗ୍ରେସ…..
ନୟାଗଡରେ ବୋମାମାଡ଼……
ବଢ଼ିଲା ବାଲିଯାତ୍ରା ଅବଧି……