ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଘରୋଇକରଣ ହେବ ଭୂବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିୟ ବିମାନ ବନ୍ଦର | ବୁଧବାର ରାଜ୍ୟସଭାରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି କେ ସିଂ ଜଣାଇଛନ୍ତି । ରାଜ୍ୟସଭା ସାଂସଦ ସୁବାସ ଚନ୍ଦ୍ର ସିଂଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଯେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ ବୋର୍ଡର ୧୯୦ତମ ବୈଠକରେ ଭୂବନେଶ୍ୱର ସମେତ ବନାରସ, ଅମୃତସର, ରାୟପୁର, ଇନ୍ଦୋର ଓ ତ୍ରିଚୀ ବିମାନବନ୍ଦରର ଘରୋଇକରଣ ନିଷ୍ପତି ହୋଇଥିଲା। ପିପିପି ପକ୍ରିୟାରେ ବିମାନବନ୍ଦର ପରିଚାଳନା ଓ ବିକାଶ କାର୍ଯ୍ୟ ହାତକୁ ନିଆଯିବ। ବିଶ୍ୱ ମାନଚିତ୍ରରେ ଓଡ଼ିଶା ଏକ ବୃହତ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି। ପୁରୀ, କୋଣାର୍କ, ଚିଲିକା, ଭିତରକନିକା ଆଦି ଅଞ୍ଚଳକୁ ଦୃଷ୍ଟିରେ ରଖି ହାଇଦ୍ରାବାଦ ବାଙ୍ଗାଲୋର ଆନ୍ତର୍ଜାତିକ ବିମାନବନ୍ଦର ଭଳି ଭୂବନେଶ୍ୱର ବିମାନବନ୍ଦର ବିକାଶ କେନ୍ଦ୍ର ସରକାର କରିବା ଆବଶ୍ୟକ ବୋଲି ସାଂସଦ ସୁବାସ ଚନ୍ଦ୍ର ସିଂ ନିଜ ପ୍ରତିକ୍ରିୟାରେ କହିଛନ୍ତି।






More Stories
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..
କେନ୍ଦ୍ରୀୟ ଅବକାରୀ ବିଲ୍ ପାସ୍…..