ରିପୋର୍ଟ କାର୍ଡ / ପାଟଣା
ପାଟନାରେ ସାଇବର୍ କ୍ରାଇମର ଏକ ଆଶ୍ଚର୍ଯ୍ୟଜନକ ମାମଲଏା ସାମନାକୁ ଆସିଛି । ସେକ୍ସଟର୍ସନ୍ ର ଏହି ମାମଲା ପାଟନା ସାଇବର୍ ସେଲ୍ ନିକଟରୁ ଆସିଛି । ଜଣେ ଯୁବତୀ ଇନ୍ସ୍ୟୁରାନ୍ସ ନେବା ଆଳରେ ଜଣେ ବୀମା ଏଜେଣ୍ଟ୍ ଙ୍କ ନମ୍ବର ନେଇଥିଲେ । ଯୁବତୀ ଜଣକ ନମ୍ବର ନେବା ପରେ ହ୍ୱାଟସଆପ୍ ରେ ତାଙ୍କୁ ଭିଡିଓ କଲ୍ କରିଥିଲେ । ଆଉ ଦେଖୁ ଦେଖୁ ସେ ନିଜର ସବୁ ପୋଷାକ ଭିଡିଓ କଲ୍ ରେ ଥିବା ସମୟରେ ଖୋଲି ଦେଇଥିଲେ । ତେବେ ଏହି ସମୟରେ ସାଇବର୍ ଅପରାଧୀ ମାନେ ଏହାର ସ୍କ୍ରିନ୍ ସଟ୍ ନେଇ ଏବେ ଉକ୍ତ ବୀମା ଏଜେଣ୍ଟକୁ ବ୍ଲାକମେଲ୍ କରିବା ଆରମ୍ଭ କରିଛନ୍ତି । ହେଲେ ଏହା ଏକ ସାଇବର୍ ଠକେଇ ବୋଲି ଜାଣିପାରି ବୀମା ଏଜେଣ୍ଟ୍ ଜଣକ ଏନେଇ ସାଇବର୍ ସେଲ୍ ରେ ଅଭିଯୋଗ କରିଛନ୍ତି । ତେବେ ସେକ୍ସଟର୍ସନ୍ ର ଏହି ଘଟଣା ପାଟନାର ଦାନାପୁରର ଜଣେ ବୀମା ଏଜେଣ୍ଟଙ୍କ ସହିତ ଘଟିଛି । ସୂଚନା ଯେ, ଜଣେ ଯୁବତୀ ବୀମା ନେବା ବାହାନାରେ ବୀମା ଏଜେଣ୍ଟ୍ ଙ୍କ ନମ୍ବର ନେଇ ତାଙ୍କୁ ହ୍ୱାଟସଆପ୍ ରେ କଲ୍ କରିଥିଲା । ଚାଲାକି କରି ଅଶ୍ଳୀଳ ହୋଇ ଏଜେଣ୍ଟ୍ ଙ୍କ ସହ କଥା ହେଉଥିବା ବେଳର ସ୍କ୍ରିନସଟ୍ ନେଇଯାଇଥିଲେ ଓ ତାକୁ ଉକ୍ତ ବୀମା ଏଜେଣ୍ଟ୍ ହିଁ ପଠାଇଥିଲେ । କଥା ଏତିକିରେ ସରିନି ସେ ଏହି ସ୍କ୍ରିନ୍ ସଟ୍ କୁ ଆଧାର କରି ୫୦ ହଜାର ଟଙ୍କା ମଧ୍ୟ ମାଗିଥିଲେ । ଏସମ୍ପର୍କରେ ବୀମା ଏଜେଣ୍ଟ୍ ସାଇବର୍ ସେଲରେ ଅଭିଯୋଗ କରିଛନ୍ତି ।






More Stories
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..