ରିପୋର୍ଟ କାର୍ଡ / ଭୁବନେଶ୍ୱର
ଉଜ୍ଜ୍ୱଳ ତ୍ୱଚା କାହାରବା ନାଦରକାର | ସମସ୍ତେ ଚାହାନ୍ତି ସୁନ୍ଦର ଆଉ ଉଜ୍ଜ୍ୱଳ ତ୍ୱଚା | ଘରୋଇ ଉପାୟରେ ଉଜ୍ଜ୍ୱଳ ତ୍ୱଚା ପାଇପାରିବେ | ଗୋଲାପ ଜଳ ତ୍ୱଚା ପାଇଁ ଖୁବ ଉପକାରୀ। ଏହା ତ୍ୱଚାକୁ ଉଜ୍ଜ୍ୱଳ କରିବା ସହ କୋମଳ କରିଥାଏ।
ରାତିରେ ଶୋଇବା ପୂର୍ବରୁ ଗୋଲାପ ଜଳରେ ମୁହଁ ପୋଛନ୍ତୁ। ସକାଳୁ ଉଠି ମୁହଁ ଧୋଇ ଦିଅନ୍ତୁ। ଏହା ମୁହଁର ଚମକକୁ ବୃଦ୍ଧି କରିଥାଏ।
ଗୋଲାପ ଜଳ ତ୍ୱଚାକୁ ଶୁଷ୍କ ହେବାକୁ ଦେଇନଥାଏ।
ଗୋଲାପ ଜଳ ବ୍ୟବହାର ଦ୍ୱାରା ମୁହଁରେ କୁଞ୍ଚନ ସୃଷ୍ଟି ହୋଇନଥାଏ।
ଘରୁ ବାହାରକୁ ଯିବା ପୂର୍ବରୁ ତ୍ୱଚାରେ ଗୋଲାପ ଜଳ ନିଶ୍ଚୟ ଲଗାନ୍ତୁ। ଏହା ସନବର୍ନରୁ ରକ୍ଷା କରେ।
ତୁଳାରେ କିଛି ଗୋଲାପ ଜଳ ଭିଜାଇ ଏହାକୁ ଆଖି ଉପରେ ରଖନ୍ତୁ। ଏହାଦ୍ୱାରା ଆଖିତଳ କଳାଦାଗ ଦୂର ହୋଇଥାଏ।
ମୁହଁ ଭଲ ଭାବେ ଧୋଇବା ପରେ ଗୋଲାପ ଜଳରେ ମୁହଁ ପୋଛନ୍ତୁ। ଏହା ତ୍ୱଚାର ଚମକକୁ ଦ୍ୱିଗୁଣିତ କରିଥାଏ।
ରାତିରେ ଶୋଇବା ପୂର୍ବରୁ ଗୋଲାପ ଜଳ ଲଗାନ୍ତୁ। ଏହା ଓଠକୁ କୋମଳ କରିବା ସହ ପ୍ରାକୃତିକ ଭାବେ ଗୋଲାପି ରଖିଥାଏ।
ନିୟମିତ ଗୋଲାପ ଜଳ ବ୍ୟବହାର କରିବା ଦ୍ୱାରା ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ।
More Stories
ଠିଆ ହୋଇ ପାଣି ପିଉଛନ୍ତି କି ସାବଧାନ…..
ସ୍ୱପ୍ନରେ ଏହି ସବୁ ଦେଖୁଛନ୍ତିକି…..
କେଶ ସଫା ପାଇଁ ଜାଣିରଖନ୍ତୁ କିଛି ନିୟମ…..