Report Card Odisha

| Daily Odia News

ଇସ୍ତଫାଦେଲେ ଗୁଲାମ ନବୀ ଆଜାଦ୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜମ୍ମୁ-କଶ୍ମୀର ପ୍ରଚାର କମିଟି ମୁଖ୍ୟ ପଦରୁ ଇସ୍ତଫାଦେଲେ କଂଗ୍ରେସର ବରିଷ୍ଠନେତା ଗୁଲାମ ନବୀ ଆଜାଦ୍‌ | ଏହି ପଦରେ ନିଯୁକ୍ତି ମିଳିବାର କିଛି ସମୟ ମଧ୍ୟରେ ସେ ଇସ୍ତଫା ଦେଇଛନ୍ତି। ଦଳ ଉପରେ ଅସନ୍ତୁଷ୍ଟ ଥିବା ଗୁଲାମ ନବୀ ତାଙ୍କୁ ମିଳିଥିବା ପଦକୁ ଗ୍ରହଣ କରିନାହାନ୍ତି । ସେହିପରି ସେ ଜମ୍ମୁ ଏବଂ କଶ୍ମୀର ରାଜନୈତିକ ଆଫେୟାର୍ସ କମିଟିରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ପୂର୍ବରୁ ସର୍ବଭାରତୀୟ ଆଫେୟାର୍ସ କମିଟିର ସଦସ୍ୟ ଥିବା ବେଳେ ଏବେ ଦଳ ପକ୍ଷରୁ ତାଙ୍କୁ ମିଳିଥିବା ପଦବୀକୁ ଗୁଲାମ ଅବନତି ଭାବେ ଦେଖୁଛନ୍ତି। ଦଳର ଜଣେ ଭେଟେରାନ ନେତା ଭାବେ ଗୁଲାମ ନବୀ ଆଜାଦ ପୂର୍ବରୁ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଥିଲେ। ସେହିପରି ଦଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି ।

Breaking News