ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗରେ ବିଜେପିକୁ ମାତଦେଇ ତୃଣମୂଳ କଂଗ୍ରେସ ବିଜୟୀ ପରେ ଏବେ ଜାତୀୟ ରାଜନୀତିରେ ନିଜର ଉପସ୍ଥିତି ଜାହିର କରିବାକୁ ପ୍ରସ୍ତୁତ ।ଫେବୃଆରୀରେ ଗୋଆରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲଢିବା ପାଇଁ ଟିଏମସି ରଣନୀତି ପ୍ରସ୍ତୁତି ଜାରିରଖିଛି । ଗୋଆରେ ଯଦି ଟିଏମସି ସରକାରକୁ ଆସେ ତେବେ ପ୍ରତି ମାସରେ ମହିଳାଙ୍କ ଖାତାକୁ ସିଧାସଳଖ ୫ ହଜାର ଟଙ୍କା ଜମା ହେବ। ଏହି ଯୋଜନାର ନାମ ‘ଗୃହ ଲକ୍ଷ୍ମୀ’ ରଖାଯାଇଛି। ଏନେଇ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିଶ୍ରୁତି ଦେଇଛନ୍ତି । କହିଛନ୍ତି କି ବିଧାନସଭା ନିର୍ବାଚନ ପରେ ଯଦି ପାର୍ଟି କ୍ଷମତାକୁ ଆସେ ତେବେ ଏହି ଯୋଜନା ଲାଗୁ କରାଯିବ। ସେ କହିଛନ୍ତି, ତାଙ୍କ ପାର୍ଟି ଖୁବ୍ ଶୀଘ୍ର ଲାଭାର୍ଥୀଙ୍କ ମଧ୍ୟରେ କାର୍ଡ ବିତରଣ ଆରମ୍ଭ କରିବ। ଏହି କାର୍ଡରେ ଏକ ଚିହ୍ନଟ ନମ୍ବର ରହିବ ଏବଂ ଟିଏମସି କ୍ଷମତାକୁ ଆସିବା ପରେ ଯୋଜନା ଲାଗୁ କରାଯିବ। ଗୋଆର ସମସ୍ତ ୪୦ ବିଧାନସଭା ଆସନରେ ଦଳ ନିର୍ବାଚନ ଲଢିବାକୁ ଘୋଷଣା କରିଛି। ଟିଏମସିର ଗୋଆ ସହ ପ୍ରଭାରୀ ମହୁଆ କହିଛନ୍ତି, ରାଜ୍ୟର ସାଢେ ତିନି ଲକ୍ଷ ଘରର ମହିଳାଙ୍କୁ ଗୃହଲକ୍ଷ୍ମୀ ଯୋଜନାରେ ସାମିଲ୍ କରାଯିବ। କିନ୍ତୁ ସ୍ଵଚ୍ଛଳ ପରିବାରର ମହିଳାଙ୍କୁ ଏହି ଯୋଜନାରେ ସାମିଲ୍ କରାଯିବ ନାହିଁ। ମୋଇତ୍ରା କହିଛନ୍ତି, ଭାରତୀୟ ଜନତା ପାର୍ଟି ବର୍ତ୍ତମାନର ଯୋଜନା ଆଧାରରେ ଗୋଆରେ ମହିଳାଙ୍କୁ ମାସିକ ୧୫୦୦ ଟଙ୍କା ଦିଆଯାଉଛି। ଆଉ ଏଥିରେ କେବଳ ଦେଢ ଲକ୍ଷ ହିତାଧିକାରୀଙ୍କୁ ସାମିଲ୍ କରାଯାଇଛି। ଏହା ପୂର୍ବରୁ ଆମ୍ ଆଦମୀ ପାର୍ଟି ଗୋଆରେ କ୍ଷମତାକୁ ଆସିଲେ ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ଦେବ ବୋଲି ଘୋଷଣା କରିଛି। ଅନ୍ୟପଟେ କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ରାଜ୍ୟରେ ଚାକିରି କ୍ଷେତ୍ରରେ ମହିଳାଙ୍କୁ ୩୦ ପ୍ରତିଶତ ସଂରକ୍ଷଣ ଦିଆଯିବ ବୋଲି ଘୋଷଣା କରିଛନ୍ତି।






More Stories
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..
୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ…..
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ…..