ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଞ୍ଚଭୂତରେ ବିଲୀନ ହେଲେ ଓଡିଆ ଯବାନ ରାଣା ପ୍ରତାପ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମମାଟି ତାଳଚେରର କୃଷ୍ଣଚନ୍ଦ୍ରପୁର ଗାଁରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି। ପୁତୁରା ଆତିସ ଦାସ ମୁଖାଗ୍ନି ଦେଇଛନ୍ତି। ପୁତୁରା ମୁଖାଗ୍ନି ଦେଇଥିବା ବେଳେ, ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଗତ ବୁଧବାର ଡ଼ିସେମ୍ବର ୮ ତାରିଖ ସିଡିଏସ୍ ବିପିନ ରାୱତଙ୍କ ସହିତ ଯାଉଥିବା ବେଳେ ହେଲିକପ୍ଟର କ୍ରାସ କାରଣରୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରେ ଓଡ଼ିଆ ପୁଅ ରାଣା ପ୍ରତାପ ଦାସ ଶହୀଦ ହୋଇଯାଇଥିଲେ ।





More Stories
ପୁରୀ ବେଳାଭୂମି ହେବ ଭବ୍ୟ ଆଧ୍ୟାତ୍ମିକ ବେଳାଭୂମି…..
ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ…..
ଚାଷୀଙ୍କୁ ମିଳିବ ସ୍ୱତନ୍ତ୍ର ପ୍ୟାକେଜ…..