Report Card Odisha

| Daily Odia News

ଗୋଲକ ମହାପାତ୍ରଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭାଜପା ନେତା ଗୋଲକ ପ୍ରସାଦ ମହାପାତ୍ରଙ୍କୁ ଆଶ୍ବସ୍ତି । ହାଇକୋର୍ଟରେ ତାଙ୍କ ବିରୋଧରେ ବିଚାରାଧୀନ କୋଇଲା ବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ ସଂପର୍କିତ ଭିଜିଲାନ୍ସ ମାମଲା ରଦ୍ଦ କରାଯାଇଛି । ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର, ଗୋଲକ ପ୍ରସାଦ ମହାପାତ୍ରଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି ।ଓଡ଼ିଶା କଞ୍ଜ୍ୟୁମର୍ସ କୋଅପରେଟିଭ ଫେଡେରେସନ ଲିମିଟେଡ୍‌ (ଓସିସିଏଫ) ସଭାପତି ଭାବେ ଆବେଦନକାରୀ କାର୍ଯ୍ୟ କରୁଥିବା ବେଳେ ୨୦୧୦ରେ ଭିଜିଲାନ୍ସ ଏହି ମାମଲା ରୁଜୁ କରିଥିଲା।୨୦୦୮-୧୦ ବର୍ଷରେ ଓସିସିଏଫ ପକ୍ଷରୁ କୋଇଲା ବଣ୍ଟନ କ୍ଷେତ୍ରରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। MSME ପାଇଁ ଥିବା କୋଇଲା ଓସିସିଏଫ ବିକ୍ରି କରିବା ବେଳେ ବ୍ୟାପକ ଆର୍ଥିକ ଅନିୟମିତା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ଭୁବନେଶ୍ବର ଭିଜିଲାନ୍ସ ସେଲ ପକ୍ଷରୁ ମାମଲା କରାଯାଇଥିଲା। ୨୦୧୩‌ରେ ଭିଜିଲାନ୍ସ ଅଦାଲତରେ ଚାର୍ଜସିଟ ଦାଖଲ ହୋଇଥିବା ବେଳେ ୨୦୨୨ ମାମଲାରେ ଚାର୍ଜଫ୍ରେମ ହୋଇଥିଲା। ମାମଲାର ତଦନ୍ତ, ଚାର୍ଜଫ୍ରେମ, ଟ୍ରାଏଲରେ ବିଳମ୍ବ ଓ ବିନା ଠୋସ ତଥ୍ୟ ପ୍ରମାଣରେ ଆବେଦନକାରୀଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିବା ଅଭିଯୋଗ କରି ଏହି ମାମଲା ହାଇକୋର୍ଟରେ ଦାୟର କରାଯାଇଥିଲା।

Breaking News