Report Card Odisha

| Daily Odia News

ବଢ଼ିଲା ସୁନା ଓ ରୂପା ଦର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା। ୨୪ କ୍ୟାରେଟ୍ ସୁନା ୪୯୫ ଟଙ୍କା ବୃଦ୍ଧି ଅର୍ଥାତ୍‌ ମହଙ୍ଗା ହୋଇ ପ୍ରତି ୧୦ ଗ୍ରାମକୁ ୪୪,୮୨୭ ଟଙ୍କାରେ କାରବାର ଚାଲିଥିଲା। ସେହିପରି ରୂପା ୬୯୪ ଟଙ୍କା ବୃଦ୍ଧି ପାଇ ପ୍ରତି କିଲୋଗ୍ରାମକୁ ୬୬,୫୩୫ଟଙ୍କାରେ କାରବାର ଚାଲିଥିଲା। ଅନ୍ତର୍ଜାତୀୟ ବଜାରରେ ବହୁମୂଲ୍ୟ ଧାତୁ ମୂଲ୍ୟରେ ହ୍ରାସ ଯୋଗୁ ଦିଲ୍ଲୀ ସର୍ରାଫା ବଜାରରେ ସୁନା ଦର ଶୁକ୍ରବାର ୨୯୧ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୪,୦୫୯ ଟଙ୍କା ହୋଇଥିଲା। ଏହାପୂର୍ବରୁ ପ୍ରତି ୧୦ ଗ୍ରାମକୁ ସୁନା ଦର ୪୪,୩୫୦ ଟଙ୍କା କାରବାରରେ ବନ୍ଦ ହୋଇଥିଲା। ସୂଚନା ଅନୁସାରେ, ଦିଲ୍ଲୀ ସର୍ରାଫା ବଜାରରେ ଶୁକ୍ରବାର ରୂପା ଦର ୧,୦୯୬ ଟଙ୍କା ହ୍ରାସ ପାଇ ୬୫,୯୫୮ ଟଙ୍କାରେ ପହଞ୍ଚିଥିଲା। ଏହାପୂର୍ବରୁ କାରବାର ପ୍ରତି କିଲୋକୁ ରୂପା ଦର ୬୭,୦୫୪ ଟଙ୍କା ଥିଲା। ମାର୍ଚ୍ଚ ୧୨ରେ ୨୪ କ୍ୟାରେଟ୍‌ ସୁନା ଦର ପ୍ରତି ୧୦ ଗ୍ରାମକୁ ୪୪,୩୩୨ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୫,୮୪୧ ଥିଲା ଟଙ୍କା। ଆଜି ସୁନା ଦର ପ୍ରତି ୧୦ ଗ୍ରାମକୁ ୪୪,୮୨୭ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୬,୫୩୫ ଥିଲା ଟଙ୍କା ରହିଛି। ଜାତୀୟ ଗଣମାଧ୍ୟମ ZEE Newsର ଏକ ରିପୋର୍ଟ ଅନୁସାରେ, ଘରେ ସୁନା ରଖିବା ନିୟମରେ ଖୁବ୍‌ ଶୀଘ୍ର ପରିବର୍ତ୍ତନ ହେବାକୁ ଯାଉଛି। Gold monetization schemeରେ ସରକାର ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ସମସ୍ତ ସରକାରୀ ବ୍ୟାଙ୍କକୁ ଏହି ସ୍କିମ୍‌ରେ ସାମିଲ କରିବାକୁ ବିଚାର ଚାଲିଛି।

Breaking News