Report Card Odisha

| Daily Odia News

ଅମ୍ବାନୀଙ୍କ ଘର ପାଖରେ ବିସ୍ଫୋରକ ଭରା ଗାଡ଼ି ମାମଲା: ନିଲମ୍ବିତ ହେଲେ ମୁମ୍ବାଇ ପୋଲିସ ଅଧିକାରୀ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟାଲିଆ ନିକଟରୁ ବିସ୍ଫୋରକ ବୋଝେଇ ସ୍କର୍ପିଓ ଜବତ ହେବା ଘଟଣାରେ ମୁମ୍ବାଇ ପୋଲିସ ଅଫିସର ତଥା ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ସଚିନ ୱାଜେଙ୍କ ସଂପୃକ୍ତି ଥିବା ଅଭିଯୋଗ ଆସିଥିଲା। ଏହି ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା-ଏନଆଇ ସଚିନ ୱାଜେଙ୍କୁ ଗିରଫ କରିଥିବାବେଳେ ଆଜି ତାଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏନ୍‌ଆଇଏ ଶନିବାର ରାତି ୧୧.୫୦ରେ ତାଙ୍କୁ ଗିରଫ କରିଥିଲା । ରବିବାର ଦିନ ସଚିନ ଭାଜେଙ୍କୁ ଦକ୍ଷିଣ ମୁମ୍ବାଇର ଏକ ଅଦାଲତରେ ହାଜର କରାଯାଇଥିଲା । ଏହି ଘଟଣାର ଅଧିକ ତଦନ୍ତ ନିମନ୍ତେ ସଚିନଙ୍କୁ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ହାଜତକୁ ନେବା ଲାଗି ଅଦାଲତ ‘ଏଏନ୍‌ଆଇ’କୁ ଅନୁମତି ଦେଇଛନ୍ତି। ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି’ଙ୍କ ମୁଖପାତ୍ରଙ୍କ କହିବା ଅନୁଯାୟୀ, ଫେବ୍ରୁଆରି ୨୫ ତାରିଖ ଦିନ କାର୍ମିକେଲ୍‌ ରୋଡ୍‌ ନିକଟରେ ବିସ୍ଫୋରକ ଭରା ଗାଡ଼ି ରଖିବାରେ ଭୂମିକା ଓ ସମ୍ପୃକ୍ତି ନିମନ୍ତେ ସଚିନ ବଜେଙ୍କୁ ଗିରଫ କରାଯାଇଛି। ଏଥିସହ, ଅମ୍ବାନୀଙ୍କ ଘର ନିକଟରୁ ମିଳିଥିବା ବିସ୍ଫୋରକ ଭରା ‘ସ୍କର୍ପିଓ’ ଗାଡ଼ିର ମାଲିକ ଥାନେର ବ୍ୟବସାୟୀ ମନସୁଖ ହିରନଙ୍କ ମୃତ୍ୟୁ ଘଟଣାରେ ବଜେଙ୍କର ଭୂମିକା ଅଛି ବୋଲି ହେଉଥିବା ଅଭିଯୋଗର ତଦନ୍ତ ଚାଲିଛି।

Breaking News