ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗତ ସପ୍ତାହରେ ଫେସବୁକ୍, ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍ ର ସର୍ଭିସ ଡାଉନ୍ ହୋଇଥିଲା । ଆଉ ଏବେ ଜିମେଲ୍ ଡାଉନ୍ ହୋଇଥିବା ନେଇ ଚର୍ଚ୍ଚା ହେଉଛି । ଭାରତର ଅନେକ ଅଂଶରେ ଏଭଳି ସମସ୍ୟା ହୋଇଥିବା ବେଳେ ୟୁଜର୍ସଙ୍କ ନିକଟକୁ ମେଲ୍ ଆସୁନାହିଁ କି ପଠାଇ ପାରୁନଥିବା ସୂଚନା ମିଳିଛି । ଇଣ୍ଟରନେଟ୍ ସର୍ଭିସ୍ ଆଉଟେଜ୍ ଉପରେ ନଜର ରଖୁଥିବା Down Detector ଅନୁଯାୟୀ, ୱେବସାଇଟ୍ ଆସେସରେ ଅସୁବିଧା ହେଉଥିବା ନେଇ ୬୮% ଲୋକ ଦାବି କରିଛନ୍ତି । ସେହିପରି ୧୮% ୟୁଜର୍ସ ସର୍ଭର କନେକ୍ସନ ନେଇ ରିପୋର୍ଟ କରିଥିବା ବେଳେ ୧୪% ୟୁଜର୍ସ ଲଗ-ଇନରେ ସମସ୍ୟାର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି ।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……