ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇ ସ୍ଥିତି ସୁଧାର ଆସିଛି | ଏହାକୁ ଦୃଷ୍ଟିରେ ରଖି ସରକାର କଟକଣା ହଟାଉଛନ୍ତି | ରେଳ ଚଳାଚଳ ପରେ ଏହି କ୍ରମରେ ଯାତ୍ରୀବାହି ବିମାନ ଉଡାଣ ଓ ପୂର୍ଣ୍ଣ କ୍ଷମତା ସହ ଉଡାଣ ଉପରେ ଲଗାଇଥିବା ପ୍ରତିବନ୍ଧ ଅକ୍ଟୋବର ୧୮ ତାରିଖ ଠାରୁ ହଟାଇ ଦିଆଯିବ| ଏନେଇ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି, ଅକ୍ଟୋବର ୧୮ ତାରିଖରୁ ଘରୋଇ ବ୍ୟବସାୟିକ ଓଡାଣରେ ଯାତ୍ରୀମାନଙ୍କ କ୍ଷମତା ଉପରେ ଲଗାଯାଇଥିବା ପ୍ରତିବନ୍ଧକ ହଟାଇ ଦିଆଯିବ । ଏହାର ଅର୍ଥ ଏବେ ବିମାନଗୁଡିକ ୧୦୦ ପ୍ରତିଶତ ଯାତ୍ରୀ କ୍ଷମତା ସହ ଉଡାଣ ଭରିପାରିବ ।






More Stories
ଏବେ ବେରୋଜଗାର ପ୍ରସଙ୍ଗ…..
ସିଷ୍ଟମ ସଂଶୋଧନ ପାଇଁ Gen Z,ରାଜନୈତିକ ମହଲରେ ଝଡ଼!……
ନ୍ୟାୟିକ କାର୍ଯ୍ୟର ରିପୋର୍ଟିଂ ଉପରେ କଟକଣା ନାହିଁ…..