ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁଗଲ୍ ଦୀର୍ଘ ଦିନ ଧରି ମାଗଣାରେ ସେବା ଯୋଗାଉଥିବା ବେଳେ, କିନ୍ତୁ ବର୍ତ୍ତମାନ ପ୍ରିମିୟମର ସମୟ ଆସିଛି। ଏଣିକି ସର୍ଚ୍ଚ ପାଇଁ ୟୁଜରଙ୍କଠାରୁ ଟଙ୍କା ନେବ ଗୁଗଲ। ଏକ ରିପୋର୍ଟ ଅନୁଯାୟୀ, ଗୁଗଲ ଏହାର ଜେନେରେଟିଭ୍ ସର୍ଚ୍ଚ ଅର୍ଥାତ୍ ଯଥା ସର୍ଚ୍ଚ ଜେନେରେଟିଭ୍ ଏକ୍ସପେରିଏନ୍ସ(ଏସଜିଇ)କୁ ଦେୟଯୁକ୍ତ କରିବାକୁ ଯାଉଛି, ଯାହା ପରେ ଉପଭୋକ୍ତାମାନଙ୍କୁ ଏଆଇ ରେଜଲ୍ଟ ପାଇଁ ଟଙ୍କା ଦେବାକୁ ପଡ଼ିବ। ରିପୋର୍ଟ ଅନୁଯାୟୀ, ଗୁଗଲ ଏହାର AI ସର୍ଚ୍ଚ ଟୁଲ୍ ପାଇଁ ଟଙ୍କା ନେବାକୁ ବିଚାର କରୁଛି, ଯଦିଓ ଏପର୍ଯ୍ୟନ୍ତ ଗୁଗଲ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ବୟାନ ଆସିନାହିଁ, କିନ୍ତୁ ଅନେକ ଏଆଇ କମ୍ପାନୀ ସେମାନଙ୍କ AI ଟୁଲ୍ ପାଇଁ ଟଙ୍କା ନେଉଛନ୍ତି। ଏହାର ମୁଖ୍ୟ କାରଣ ହେଉଛି ଏଆଇ ଟୁଲ୍ ପାଇଁ କମ୍ପାନୀମାନଙ୍କର ବିପୁଳ ଟଙ୍କା ଖର୍ଚ୍ଚ ହେଉଛି।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……