ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜନୈତିକ ଦଳଗୁଡ଼ିକ ଦେଉଥିବା ମାଗଣା ପ୍ରତିଶ୍ରୁତି ଅତି ଗୁରୁତ୍ବପୂର୍ଣ୍ଣ ଏବଂ ଗମ୍ଭୀର ପ୍ରସଙ୍ଗ। ଏହି ପ୍ରସଙ୍ଗରେ ବିତର୍କ ହେବା ଉଚିତ। କେନ୍ଦ୍ର ସରକାର ଏହି ମାମଲାରେ ସର୍ବଦଳୀୟ ବୈଠକ କାହିଁକି ଡାକୁନାହାନ୍ତି । ମାଗଣା ସଂସ୍କୃତି ବିରୋଧରେ ହୋଇଥିବା ଏକ ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଆଜି ଏଭଳି ଟିପ୍ପଣୀ ଦେଇଛନ୍ତି। ଆଜିର ଶୁଣାଣି ସମୟରେ ବରିଷ୍ଠ ଓକିଲ ବିକାଶ ସିଂହ ଏହି ମାମଲାରେ କମିଟି ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ। ଜଣେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଏହି କମିଟିର ମୁଖ୍ୟ ରହିବା ପାଇଁ ସେ କହିଥିଲେ। ସିଜେଆଇ ଏନ୍ଭି ରମଣା ଏହି ପରିପ୍ରେକ୍ଷୀରେ କହିଥିଲେ, ଅବସର ନେଇଥିବା ବ୍ୟକ୍ତି କିମ୍ବା ଅବସର ନେବାକୁ ଯାଉଥିବା ବ୍ୟକ୍ତିଙ୍କର ଦେଶରେ କୌଣସି ଗୁରୁତ୍ବ ନାହିଁ। ଏହାପରେ ସଲିସିଟର ଜେନେରାଲ ତୁଷାର ମେହଟା କହିଥିଲେ, ଏଥିପାଇଁ ଏକ ସାମ୍ବିଧାନିକ କମିଟି ମଧ୍ୟ ଗଠନ ହେବା ଉଚିତ। ପ୍ରଧାନ ବିଚାରପତି କହିଥିଲେ, ସରକାର ଏହି ମାମଲାର ତର୍ଜମା ପାଇଁ ନିଜଆଡ଼ୁ କାହିଁକି କମିଟି ଗଠନ କରୁନାହାନ୍ତି। ଏହାର ଉତ୍ତରରେ ମେହଟା କହିଥିଲେ କେନ୍ଦ୍ର ସରକାର ସବୁ ସହଯୋଗ କରିବେ। ୩ ମାସରେ କମିଟି ରିପୋର୍ଟ ଦାଖଲ କରିବ ବୋଲି ସେ କହିଛନ୍ତି।






More Stories
ଆପ ଅଭିଯୋଗକୁ ରାଘବଙ୍କ ଖଣ୍ଡନ…..
ଇସ୍ରାଏଲକୁ ଉଡ଼ିବନି ଏୟାର ଇଣ୍ଡିଆ ବିମାନ…..
ନିର୍ବାଚନ ସମୟରେ ଭୋଟର ପରିଚୟ ପତ୍ର ଯାଞ୍ଚ କରିବେ ଯବାନ…..