ରିପୋର୍ଟ କାର୍ଡ / ଭୁବନେଶ୍ୱର
ନବୀନ ନିବାସରେ ସୋମବାର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି। ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ରାଜ୍ୟପାଳ ନବୀନ ନିବାସ ଯାଇଛନ୍ତି। ସେଠାରେ ନବୀନଙ୍କ ସହ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି । ସୂଚନାନୁଯାୟୀ, ଡିହାଇଡ୍ରେସନ କାରଣରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ନବୀନ ପଟ୍ଟନାୟକ। ପ୍ରାୟ ୭୭ ଘଣ୍ଟା ପରେ ସୁସ୍ଥ ହୋଇ ନବୀନ ନିବାସ ଫେରିଥିଲେ। ଶରୀରରେ ଜଳୀୟ ଅଂଶ କମିଯିବାରୁ ନବୀନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଥିଲା।






More Stories
୧୫୦ଟି ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ…..
ସିରିଆ ଉପରେ ଆମେରିକାର ଆକ୍ରମଣ:ଆତଙ୍କବାଦୀଙ୍କ ମୃତ୍ୟୁ……
ଏକାଠି ଚା ପିଇଲେ ଶାସକ-ବିରୋଧୀ…..