Report Card Odisha

| Daily Odia News

ଗୋବିନ୍ଦା ଙ୍କୁ ଜେରା କରିବ EOW…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବଲିଉଡ ଷ୍ଟାର ଗୋବିନ୍ଦାଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ। ସୋଲାର ଟେକ୍ନୋଲଜି ଆଲିଆନ୍ସ(STA) ନାମକ କମ୍ପାନୀ ଲୋକଙ୍କଠାରୁ ହଜାରେ କୋଟି ଠକିଥିବା ଅଭିଯୋଗ ହୋଇଛି। ଏହି କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ଗୋବିନ୍ଦା ହୋଇଥିବା ବେଳେ ପୁଞ୍ଜି ନିବେଶ ପାଇଁ ସେ ଲୋକଙ୍କୁ ଉସକାଇଥିବା ଅଭିଯୋଗ ହୋଇଛି। ତେଣୁ କ୍ରାଇମବ୍ରାଞ୍ଚ EOW ଗୋବିନ୍ଦାଙ୍କୁ ସମନ କରି ଭୁବନେଶ୍ୱର ଡାକିପାରେ ନଚେତ ମୁମ୍ବାଇ ଯାଇ ତାଙ୍କୁ ଜେରା କରିପାରେ ବୋଲି ଜଣାଯାଇଛି । ସୋଲାର ଟେକ୍ନୋଲଜି ଆଲିଆନ୍ସ ୨୦୨୧ରେ ଲଞ୍ଚ ହୋଇଥିଲା। କିଛି ମାସ ପୂର୍ବେ ଗୋଆରେ ହୋଇଥିବା ଏହି କମ୍ପାନିର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଗୋବିନ୍ଦା। କାର୍ଯ୍ୟକ୍ରମରେ ସାମିଲ ହୋଇ ସେ STA ରେ ଟଙ୍କା ବିନିଯୋଗ କରିବାକୁ ଲୋକଙ୍କୁ ଉତ୍ସାହିତ କରିଥିଲେ। ଫଳରେ ଗୋବିନ୍ଦାଙ୍କ କଥାକୁ ବିଶ୍ୱାସ କରି ବହୁ ସଂଖ୍ୟାରେ ଲୋକେ ଏହି କମ୍ପାନୀରେ ପ୍ରାୟ ହଜାରେ କୋଟିରୁ ଊର୍ଦ୍ଧ୍ୱ ବିନିଯୋଗ କରିଥିବା ଜଣାଯାଇଛି। ପରେ ତଦନ୍ତରୁ ଏହି କମ୍ପାନୀ ଆରବିଆଇ ଗାଇଡଲାଇନ୍‌ ଉଲ୍ଲଘଂନ କରିଥିବା ଜଣାପଡ଼ିଥିଲା। ଏପରିକି କ୍ରିପ୍ଟୋ କରେନ୍ସି ଜରିଆରେ କମ୍ପାନୀ ଠକେଇ କରୁଥିବା ଜଣାପଡ଼ିଲା। ଏନେଇ ଭୁବନେଶ୍ୱର EOW ରେ ବି ବହୁ ଅଭିଯୋଗ ହେବା ପରେ ଏହାର ଖୋଳତାଡ଼ ଆରମ୍ଭ ହୋଇଛି।

Breaking News