Report Card Odisha

| Daily Odia News

ଯୋଗ୍ୟ ଭୂମିହୀନଙ୍କୁ ଘର ଦିଅ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୂମିହୀନଙ୍କୁ ଘର ଯୋଗାଇବାରେ ବିଳମ୍ବକୁ ନେଇ ସରକାର ଚିନ୍ତା ପ୍ରକଟ କରିଛନ୍ତି । ତେଣୁ ତୁରନ୍ତ ଯୋଗ୍ୟ ଭୂମିହୀନଙ୍କୁ ଘର ବଣ୍ଟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ପଞ୍ଚାୟତିରାଜ ବିଭାଗ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛି । ଭୂମିହୀନ ସମସ୍ୟାର ସମାଧାନ ପାଇଁ ପ୍ରତି ମାସର ପ୍ରଥମ ଶନିବାର ବିଡିଓ ଏବଂ ସମ୍ପୃକ୍ତ ତହସିଲଦାରଙ୍କ ସହିତ ଏକ ମିଳିତ ବୈଠକ କରାଯିବ। ଏପର୍ଯ୍ୟନ୍ତ ପିଏମଏୱାଇ-ଜି ଅନ୍ତର୍ଗତ ୮୭୧ ଭୂମିହୀନଙ୍କୁ ପକ୍କା ଘର ମିଳିନାହିଁ । ସେହିପରି ପିଏମ୍- ଜନମନରେ ୫୦ଜଣ ହିତାଧିକାରୀଙ୍କୁ ଘର ଯୋଗାଇ ଦିଆଯାଇ ନାହିଁ। ପିଏମଏୱାଇ-ଜି’ରେ ସର୍ବାଧିକ କେନ୍ଦ୍ରାପଡ଼ାର ୨୭୧ ଏବଂ ଗଞ୍ଜାମରେ ୧୭୧ ଭୂମିହୀନଙ୍କୁ ଘର ମିଳିନାହିଁ । ରାଜ୍ୟରେ ୩୭ ଲକ୍ଷ ୮୯ ହଜାର ୨୩୪ ପରିବାର କଚ୍ଚା ଘରେ ରହୁଛନ୍ତି । ଏବେ ୨ ଲକ୍ଷ ୧ ହଜାର ୧୧ ପରିବାର ଭୂମିହୀନ ଥିବା ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Breaking News