ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି | ପ୍ରଥମ ନିଷ୍ପତ୍ତି ହେଉଛି ଉଜ୍ଜଳା ଯୋଜନା ଅଧିନରେ ଆସନ୍ତା ତିନି ବର୍ଷ ମଧ୍ୟରେ ଅର୍ଥାତ୍ ୨୦୨୬ ସୁଦ୍ଧା ୭୫ ଲକ୍ଷରୁ ଅଧିକ ଏଲପିଜି ସଂଯୋଗ ମାଗଣାରେ ଦିଆଯିବ। ଏହି ଯୋଜନା ଅଧୀନରେ ପ୍ରଥମ ରିଫିଲ୍ ମାଗଣା ହେବ, ଯାହାର ଖର୍ଚ୍ଚ ତୈଳ କମ୍ପାନୀ ବହନ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। କ୍ୟାବିନେଟର ଦ୍ବିତୀୟ ନିଷ୍ପତ୍ତି ହେଉଛି ୭,୨୧୦ କୋଟି ଟଙ୍କାର ଇ-କୋର୍ଟ ମିଶନର ତୃତୀୟ ପର୍ଯ୍ୟାୟକୁ ଆଜି ଅନୁମୋଦନ ମିଳିଛି। ଏହା ମାଧ୍ୟମରେ ଅନଲାଇନ୍ ଓ କାଗଜବିହୀନ ଅଦାଲତ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ଦ୍ୱାରା ନ୍ୟାୟିକ ବ୍ୟବସ୍ଥା ଅଧିକ ସ୍ୱଚ୍ଛ ହେବ। କାଗଜବିହୀନ ଅଦାଲତ ପାଇଁ ଇ-ଫାଇଲିଂ ଓ ଇ-ପେମେଣ୍ଟ ବ୍ୟବସ୍ଥାକୁ ସାର୍ବଜନୀନ କରାଯିବ। ଡାଟା ଷ୍ଟୋର୍ କରିବାକୁ କ୍ଲାଉଡ୍ ଷ୍ଟୋରେଜ୍ ସୃଷ୍ଟି ହେବ। ସମସ୍ତ କୋର୍ଟ ପରିସରରେ ୪୪୦୦ ଇ-ସେବା କେନ୍ଦ୍ର ପ୍ରତିଷ୍ଠା କରାଯିବ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ପ୍ରସ୍ତାବ ଉପସ୍ଥାପନ କରି ଜି-୨୦ ଶିଖର ସମ୍ମିଳନୀର ସଫଳ ସମାପନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଆଜି ବିଶ୍ୱ ସ୍ତରୀୟ ଏଜେଣ୍ଡା ସେଟିଂରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଏବଂ ଏହାର ଶ୍ରେୟ ଦେଶର ନେତୃତ୍ୱକୁ ଯାଉଛି ।






More Stories
ଆଜିଠୁ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬…..
ଏପ୍ରିଲ ୨୨ରେ କେଦାରନାଥ…..
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..