Report Card Odisha

| Daily Odia News

ମେଡିକାଲ ଛାତ୍ରଛାତ୍ରୀଙ୍କର ବଢ଼ିଲା ଷ୍ଟାଇପେଣ୍ଡ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ସରକାର ମେଡିକାଲି ଛାତ୍ରଛାତ୍ରୀଙ୍କର ଷ୍ଟାଇପେଣ୍ଡ ବଢ଼ାଇଛନ୍ତି | ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଡି’ ଫାର୍ମା ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ୫୦୦ ଟଙ୍କାକୁ ବୃଦ୍ଧି ପାଇଛି। ପୂର୍ବରୁ ସେମାନେ ମାସିକ ୨୫୦ ଟଙ୍କା ଷ୍ଟାଇପେଣ୍ଡ ପାଉଥିଲେ। ସେହିପରି ଏଏନ୍‌ଏମ୍‌ଙ୍କ ମାସିକ ଷ୍ଟାଇପେଣ୍ଡ ୨୦୦୦ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ BSC ନର୍ସିଂ (ଇଣ୍ଟର୍ନଶିପ୍‌)ଙ୍କ ଷ୍ଟାଇପେଣ୍ଡ ୫ ହଜାର ଟଙ୍କା ଓ ଏମ୍‌ଫିଲ୍‌ (କ୍ଲିନିକାଲ ସାଇକୋଲୋଜି ଓ ସାଇକ୍ରାଟିକ୍‌ ସୋସିଆଲ ୱାର୍କ) ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏଏନ୍‌ଏମ୍‌ ମାନେ ମାସିକ ୧୦୦୦ ଟଙ୍କା ଷ୍ଟାଇପେଣ୍ଡ ପାଉଥିବା ବେଳେ BSC ନର୍ସିଂ (ଇଣ୍ଟର୍ନଶିପ୍‌) କରୁଥିବା ଛାତ୍ରଛାତ୍ରୀମାନେ ୨୫୦୦ ଏବଂ କ୍ଲିନିକାଲ ସାଇକୋଲୋଜି ଓ ସାଇକ୍ରାଟିକ୍‌ ସୋସିଆଲ ୱାର୍କରେ ଏମ୍‌ଫିଲ୍‌ କରୁଥିବା ଛାତ୍ରଛାତ୍ରୀମାନେ ମାସିକ ୭୦୦୦ ଟଙ୍କା ଲେଖାଏଁ ଷ୍ଟାଇପେଣ୍ଡ ପାଉଥିଲେ। ଷ୍ଟାଇପେଣ୍ଡ ବଢ଼ିଥିବାରୁ ଛାତ୍ରଛାତ୍ରୀମାନେ ଉତ୍ସାହିତ ହେବେ ଓ ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି। ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବ୍ରହ୍ମପୁର ସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଗସ୍ତରେ ଯାଇଥିବା ବେଳେ ଛାତ୍ରଛାତ୍ରୀମାନେ ଷ୍ଟାଇପେଣ୍ଡ ବଢ଼ାଇବା ପାଇଁ ତାଙ୍କୁ ଅନୁରୋଧ କରିଥିଲେ।

Breaking News