ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗତକାଲି କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି | ଏହାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ରାଜ୍ୟ ଅସନ୍ତୋଷ ପ୍ରକାଶ କରିଛି । କୃଷି ମନ୍ତ୍ରୀ ୧୦୦ ଟଙ୍କା ବୃଦ୍ଧିକୁ ସ୍ୱାଗତ କରିଥିଲ ବି ଓଡିଶା ପରିପ୍ରେକ୍ଷୀରେ ଏହା କିଛି ଲାଭ ହେବନାହିଁ ବୋଲି କହିଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ୫ ବର୍ଷ ତଳେ ସର୍ବସମ୍ମତି କ୍ରମେ ଏମଏସପି ୨୯୩୦ ଟଙ୍କା ପାଇଁ ନିଷ୍ପତ୍ତି ହୋଇଥିଲା । ସେ ଦୃଷ୍ଟିରୁ ଏହି ମୂଲ୍ୟବୃଦ୍ଧି ପର୍ଯ୍ୟାପ୍ତ ନୁହେଁ । କୃଷକ ଏହାଦ୍ୱାରା ଲାଭାବବାନ ହୋଇପାରିବେ ନାହିଁ । ଏମଏସପିକୁ ନେଇ ଲଢେଇ ଜାରି ରହିବ ବୋଲି କହିଛନ୍ତି କୃଷିମନ୍ତ୍ରୀ । ସେପଟେ, ୨୦୧୭ ମାର୍ଚ୍ଚ ୨୫ ତାରିଖରେ ଏ ସମ୍ପର୍କିତ ଏକ ପ୍ରସ୍ତାବ ବିଧାନସଭାରେ ସର୍ବସମ୍ମତିକ୍ରମେ ପାରିତ ହେଲା । କେନ୍ଦ୍ର ସରକାର ତୁରନ୍ତ ଧାନର ଏମ୍ଏସ୍ପି ୨୯୩୦ କରିବାକୁ କୁହାଗଲା । ଏହା ମଧ୍ୟରେ ୫ ବର୍ଷ ବିତିଗଲାଣି । କିନ୍ତୁ ଓଡ଼ିଶା ବିଧାନସଭାର ଏହି ପ୍ରସ୍ତାବଟି କେବଳ ପ୍ରସ୍ତାବରେ ରହିଯାଛି । କେନ୍ଦ୍ର ସରକାର ଏହାକୁ ଆଦୌ ବିଚାରକୁ ହିଁ ନେଇ ନାହାନ୍ତି। ଏପରିକି ବିଧାନସଭା ଗୃହ କମିଟି ଏହି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସମୟ ମାଗିଥିଲେ । ବାଚସ୍ପତି ନିଜେ ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକାଧିକ ପତ୍ର ଲେଖିଛନ୍ତି । କିନ୍ତୁ ପାଞ୍ଚ ବର୍ଷ ହେଲା ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ସମୟ ଦେବା ଦୂରର କଥା, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧାନସଭାକୁ କୌଣସି ଉତ୍ତର ଦିଆଯାଇ ନାହିଁ । ବିଧାୟକମାନେ ମଧ୍ୟ ପ୍ରସ୍ତାବ ପାରିତ କରି ଭୁଲିଯାଇଛନ୍ତି । ସେହି ପ୍ରସ୍ତାବଟି କେବଳ ଚାଷୀଙ୍କୁ ଭଣ୍ଡାଇବା ପାଇଁ ଉଦ୍ଦିଷ୍ଟ ଥିଲା, ତାହା ଆଉ ବୁଝିବାକୁ ବାକି ନାହିଁ । ସେପଟେ ଏହାକୁ ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି |






More Stories
ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ……
୧୭ରୁ ବଜେଟ ଅଧିବେଶନ: ଆଜି ସର୍ବଦଳୀୟ ବୈଠକ…..
ଦାୟିତ୍ୱ ବାଣ୍ଟିଲେ ନବୀନ…..