Report Card Odisha

| Daily Odia News

୨୯ ଓକିଲଙ୍କୁ ମିଳିଲା ଜାମିନ…..

ରିପୋର୍ଟ କାର୍ଡ / ସମ୍ବଲପୁର

କିଛିଦିନ ତଳେ ସମ୍ବଲପୁର ହାଇକୋର୍ଟରେ ସ୍ଥାୟୀ ବେଂଚ ଦାବି ଆନ୍ଦୋଳନରେ କୋର୍ଟ ପରିସରରେ ଆଇନଜୀବୀମାନେ ଭଙ୍ଗାରୁଜା ମାମଲାରେ ଆଜି ହାଇକୋର୍ଟ ୨୯ ଆଇନଜୀବୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି | ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ଆନ୍ଦୋଳନରେ ସାମିଲ ହୋଇ ଭଙ୍ଗାରୁଜା କରିବା ଅଭିଯୋଗରେ ଗିରଫ ଆଇନଜୀବୀମାନଙ୍କ ଜାମିନ ଆବେଦନର ଶୁଣାଣି ଗତକାଲି ହାଇକୋର୍ଟରେ ଶେଷ ହୋଇଥିଲା। ଜଷ୍ଟିସ୍ ଭି. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସମ୍ବଲପୁର କୋର୍ଟ ପରିସର ଘଟଣାରେ ଗିରଫ ହୋଇଥିବା ଆଇନଜୀବୀଙ୍କ ୨୦ଟି ନିୟମିତ ଆବେଦନର ପୂର୍ଣ୍ଣାଙ୍ଗ ଶୁଣାଣି ହୋଇଥିଲା। ସରକାରଙ୍କ ତରଫରୁ ତଦନ୍ତର ସାନି ସ୍ଥିତି ନେଇ ଅବଗତ କରାଯାଇଥିବା ବେଳେ ଆବେଦନକାରୀଙ୍କ ତରଫରୁ ଚୂଡାନ୍ତ ପର୍ଯ୍ୟାୟ ଯୁକ୍ତି ଉପସ୍ଥାପନ କରାଯାଇଥିଲା।

Breaking News