Report Card Odisha

| Daily Odia News

ଆର୍ମି କ୍ୟାମ୍ପ ନିକଟରେ ବିସ୍ଫୋରଣ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆର୍ମି କ୍ୟାମ୍ପ ନିକଟରେ ଗ୍ରେନେଡ ବିସ୍ଫୋରଣ ହୋଇଛି | ଏଭଳି ଘଟଣା ଘଟିଛି ପଂଜାବ ପଠାନକୋଟ ଆର୍ମି କ୍ୟାମ୍ପ ନିକଟରେ | ମିଳିଥିବା ସୂଚନା ଅନୁସାରେ- ବିଳମ୍ବିତ ରାତିରେ ଆର୍ମି କ୍ୟାମ୍ପର ତ୍ରିବେଣୀ ଗେଟ୍ ନିକଟରେ ବିସ୍ଫୋରଣ ହୋଇଥିଲା । କେମିତି ବିସ୍ଫୋରଣ ହେଲା, କେଉଁଠୁ ଆସିଲା ଗ୍ରେନେଡ, ଏନେଇ ପୋଲିସ ତଦନ୍ତ ଚଳାଇଛି । ଡ୍ରୋନ୍ କିମ୍ବା ବେଲୁନ୍ ଜରିଆରେ ସୀମା ସେପଟରୁ ବିସ୍ଫୋରକ ଆସିଥିବା ସନ୍ଦେହ କରାଯାଉଛି । ଏହି ଆକ୍ରମଣରେ କେହି ଆହତ ହୋଇ ନାହାନ୍ତି ।

ସ୍ଥାନୀୟ ପୋଲିସ କର୍ମଚାରୀଙ୍କ ଦ୍ୱାରା ଗ୍ରେନେଡର କିଛି ଅଂଶ ଉଦ୍ଧାର କରାଯାଇଛି। ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି । ଗ୍ରେନେଡ ବିସ୍ଫୋରଣ ପରେ ସବୁ ଚେକ୍‌ ପୋଷ୍ଟରେ ପୋଲିସ୍‌ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇ ଚେକିଂକୁ କଡ଼ାକଡ଼ି କରାଯାଉଛି। ଗ୍ରେନେଡ ବିସ୍ଫୋରଣ ସ୍ଥଳ ନିକଟରେ ଥିବା ସିସିଟିଭି ଫୁଟେଜ ଦେଖି ତଦନ୍ତ ଚାଲିଥିବା ପଠାନକୋଟ୍ ଏସ୍ଏସପି ସୁରେନ୍ଦ୍ର ଲାମ୍ବା ସୂଚନା ଦେଇଛନ୍ତି ।

Breaking News