Report Card Odisha

| Daily Odia News

କନ୍ୟା ବଦଳରେ ଶାଶୁ ବେକରେ ବରମାଳା ପିନ୍ଧାଇଲା ଜ୍ୱାଇଁ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଦ୍ୟପ ବରଙ୍କ ଉନ୍ମୁତକାଣ୍ଡ ଇନଷ୍ଟାଗ୍ରାମରେ ଭାଇରଲ ହେଉଛି | ଏମିତି ପ୍ରତିଦିନ ଆମେ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଦେଖିବାକୁ ମିଳିଥାଏ । ଯେଉଁଥିରେ ବରଟି ଏକ ବିବାହ ମଣ୍ଡପରେ ଠିଆ ହୋଇଛି । ଭିଡିଓରେ ଏହା ଦେଖିବାକୁ ମିଳିଛି କି ବର ଜଣଙ୍କ ତାଙ୍କ ହାତରେ ଏକ ଫୁଲମାଳ ଧରିଛନ୍ତି। ସେ ଏତେ ମଦ୍ୟପାନ କରିଛନ୍ତି କି ଫୁଲମାଳଟି ଝିଅ ବେକରେ ପକାଇବା ବଦଳରେ ତାଙ୍କ ମାଆଙ୍କୁ ପିନ୍ଧାଉଛନ୍ତି । ତାଙ୍କ ନିକଟରେ ଠିଆ ହୋଇଥିବା ଲୋକମାନେ ଏହା ଦେଖିବା ମାତ୍ରେ ସେମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରନ୍ତି । କିଛି ସମୟ ପରେ ସେ ମୁଣ୍ଡ ହଲାଇ ଝିଅ ବେକରେ ପକାଇବାକୁ ଚେଷ୍ଟା କରୁଛନ୍ତି ହେଲେ ସେ ବିଫଳ ହୋଇ ସୋଫାରେ ପଡି ଯାଉଛନ୍ତି । ଭିଡିଓ ସେୟାର କରିବାବେଳେ କ୍ୟାପସନରେ ପଚରାଯାଇଛି ଯେ ଏହି ବର କାହାର। କେହି କେହି କହୁଛନ୍ତି ଯେ ବିବାହର ସୁଖରେ ସେମାନେ ମଦ ପିଇ ଦେଇଛନ୍ତି । ବର୍ତ୍ତମାନ ଏହି ଭିଡିଓ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି ।

Breaking News