ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ୟାମୀ ଗୌତମ । ଫିଲ୍ମ ‘ଉରୀ’ର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ସହ ବିବାହ କରିଛନ୍ତି ୟାମୀ । ବିବାହର ପ୍ରଥମ ଫଟୋ ୟାମୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ବିବାହରେ ଉଭୟ ପରିବାରଲୋକେ ଉପସ୍ଥିତ ରହିଥିଲେ । ୟାମୀ ବିବାହର ପ୍ରଥମ ଫଟୋ ସେୟାର କରି ଲେଖିଛନ୍ତି, ‘ପରିବାରର ଆଶୀର୍ବାଦରେ ଆମେ ଆଜି ବିବାହ କରିଛୁ । ବିବାହରେ କେବଳ ପରିବାର ସଦସ୍ୟ ହିଁ ସାମିଲ ହୋଇଥିଲେ |
ଆଦିତ୍ୟ ମଧ୍ୟ ଇନ୍ଷ୍ଟାଗ୍ରାମରେ ବିବାହ ବେଳର ଫଟୋ ଶେଆର କରିଛନ୍ତି। ଏହା ଏକ ଛୋଟ ଓ ପ୍ରାଇଭେଟ୍ ସେରିମୋନି ଥିଲା।ହିମାଚଳପ୍ରଦେଶ ମଣ୍ଡି ଜିଲ୍ଲାର ଗୋହରରେ ଏହି ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି। ବିବାହରେ ମାତ୍ର ୧୮ ଜଣ ଲୋକ ସାମିଲ ହୋଇଥିଲେ ବୋଲି ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ଆଦିତ୍ୟଙ୍କ ପରିବାରର ମାତ୍ର ୫ ଜଣ ଥିଲେ। ୟାମୀଙ୍କ ଅଚାନକ ବିବାହ ଖବର ଶୁଣି ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବାହାଘର ଫଟୋ ସେୟାର କରି ସେ ପ୍ରଶଂସକଙ୍କୁ ସରପ୍ରାଇଜ କରିଦେଇଛନ୍ତି । ୟାମୀ ଓ ଆଦିତ୍ୟଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି ।
More Stories
ଡିସିପି ଅଫିସ ସମ୍ମୁଖରେ ମୁହାଁମୁହିଁ ହେଲେ ଦୁଇ ଅଭିନେତା…..
ପତ୍ନୀଙ୍କଠାରୁ ଅଲଗା ହେଲେ ଏ.ଆର. ରେହମାନ…..
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର….