Report Card Odisha

| Daily Odia News

କୁନ୍ମୁର ହେଲିକପ୍ଟର ଦୁର୍ଘଟଣା ; ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ପରଲୋକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତାମିଲନାଡୁ କୁନ୍ମୁର ହେଲିକପ୍ଟର ଦୁର୍ଘଟଣାରେ ଆହତ ହୋଇଥିବା ଗ୍ରୁପ୍‌ କ୍ୟାପନେଟ ବରୁଣ ସିଂଙ୍କ ପରଲୋକ ହୋଇଛି। ହେଲିକପ୍ଟର ଦୁର୍ଘଟଣାରେ ଏକମାତ୍ର ଜୀବିତ ଥିବା ବରୁଣ ସିଂହଙ୍କ ଆଜି ଜୀବନ ସହିତ ଲଢେଇକରି ଶେଷରେ ଆଖି ବୁଜିଛନ୍ତି । ଚିକିତ୍ସାଧିନ ଅବସ୍ଥାରେ ବେଙ୍ଗାଲୁରୁ ସ୍ଥିତ ସେନାର କମାଣ୍ଡ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି | ଏନେଇ ଟୁଇଟ୍ କରି ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । ଜେନେରାଲ୍ ବିପିନ୍ ରାୱତଙ୍କ ପରିବାର ସହିତ ଥିଲେ ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂହ । ତେବେ କୁନ୍ନୁରରେ ହୋଇଥିବା ଏହି କ୍ରାସ୍ ରେ ସିଡିଏସ୍ ବିପିନ୍ ରାୱତଙ୍କ ସହିତ ୧୩ ଜଣଙ୍କର ଘଟଣା ଦିନ ହିଁ ମୃତ୍ୟୁ ହୋଇଯାଇଥିଲା । ଏକାମାତ୍ର ବରୁଣ ସିଂହ ହିଁ ଆହତ ଅବସ୍ଥାରେ ଚିହ୍ନଟ ହୋଇଥିଲେ ।

 

Breaking News