Report Card Odisha

| Daily Odia News

୧୬ ଫେକ୍ କମ୍ପାନୀ କରି ଠକୁଥିଲେ ଜିଏସଟି,୨ ଗିରଫ….

ରିପୋର୍ଟ କାର୍ଡ /ଭୁବନେଶ୍ୱର

୧୧୫ କୋଟି ଟଙ୍କା ଜିଏସଟି ଠକେଇର ପର୍ଦ୍ଦାଫାସ କରି ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ନାଁ ସୁଜିତ ମୈତ୍ର ଓ ଗୁରୁଦୀପ ଡାଙ୍ଗ୍। ଉଭୟ ରାଉରକେଲାର। ସୁଜିତଙ୍କୁ ଭୁବନେଶ୍ୱରରୁ ଓ ଗୁରୁଦୀପଙ୍କୁ ରାଉରକେଲାରୁ ଗିରଫ କରାଯାଇଛି । ୧୬ଟି ଫେକ୍ କମ୍ପାନୀ କରି ଅଭିଯୁକ୍ତମାନେ ଜିଏସଟି ଠକୁଥିଲେ ବୋଲି ଜିଏସଟି କମିଶନର ସୁଶୀଲ କୁମାର ଲୋହାନୀ କହିଛନ୍ତି। ଏହି ରାକେଟରେ ୬୪୧ କୋଟି ଟଙ୍କାର ଜାଲ୍ ବିଲ୍ ପ୍ରସ୍ତୁତ କରି ୧୧୫ କୋଟି ଟଙ୍କାର ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ହାସଲ କରାଯାଇଛି । ଅଭିଯୁକ୍ତମାନେ ଜାଲ୍ ବିଲ୍ ବଦଳରେ ୧୧୫ କୋଟି ୧୦ ଲକ୍ଷ ଟଙ୍କାର ଜାଲ ITC ସଂଗ୍ରହ ସହ ହସ୍ତାନ୍ତର କରିଥିଲେ। ଦୁଇ ଅଭିଯୁକ୍ତ ଅନ୍ୟ ମନଙ୍କ ସହ ମିଶି ୧୬ଟି ଜାଲ୍ ବ୍ୟାବସାୟିକ ପ୍ରତିଷ୍ଠାନ ତିଆରି କରି ଜାଲ୍ କିଣା ବିଲ୍ ମଦ୍ୟମରେ ଏହି ଇନପୁଟ ଟ୍ୟାକ୍ସ କ୍ରେଡିଟ ବା ITC ହାତେଇ ଥିଲେ। ଏହି ନେଟ୍ଓ୍ୱର୍କରେ ମୋଟ ୧୮ଟି ଡିଲର ଅଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣଙ୍କର ଗ୍ରାଉଣ୍ଡରେ ବିଜିନେସ୍ ଅଛି । ଏମାନଙ୍କ ସହ ୧୬ଟି ଫେକ୍ ଫାର୍ମ ଅଭିଯୁକ୍ତମାନେ ଗଠନ କରିଥିଲେ । ଏମାନେ ୧୬ଟି ଫେକ୍ ଫାର୍ମ ଗଠନ କରିଥିଲେ । ଅନୁଗୁଳ, ରାଉରକେଲା, ତିର୍ତ୍ତୋଲ, ବଣାଇ, ଏରସମା, ରିଆମାଳ ଓ ସୁନ୍ଦରଗଡ଼ ଲୋକେସନ୍‌ରେ ଏସବୁ ଫେକ୍ କଂପାନୀ ରେଜିଷ୍ଟ୍ରର ହୋଇଛି । ରାଜ୍ୟ ଓ ରାଜ୍ୟ ବାହାରେ ଅଭିଯୁକ୍ତମାନେ ଆଇରନ୍ ଓ ଷ୍ଟିଲ୍‌ର ଗୁଡ୍‌ସ କିଣାବିକା କରୁଥିଲେ। ତେବେ ସମାନ ଅଭିଯୋଗରେ ଜିଏସ୍‌ଟି ବିଭାଗ ଏପର୍ଯ୍ୟନ୍ତ ମୋଟ ୨୦ ଜଣଙ୍କୁ ଗିରଫ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ଜିଏସ୍‌ଟି କମିଶନର ସୁଶୀଲ ଲୋହାନି । ସେମାନଙ୍କୁ ଯେପରି ବେଲ ନ ମିଳିବ ସେଥିପାଇଁ ଚେଷ୍ଟା କରୁଛୁ ବୋଲି କହିଛନ୍ତି ଜିଏସ୍‌ଟି କମିଶନର।

Breaking News