ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱରେ ଏକ ଜଣାଶୁଣା କୋଚିଂ ସେଣ୍ଟର ଭାବେ ପରିଚିତ ଥିବା ବାଣିକ୍ କୋଚିଂ ସେଣ୍ଟର ଉପରେ ଜିଏସଟି ରେଡ୍ କରାଯାଇଛି । ଡାଇରେକ୍ଟୋରେଟ୍ ଅଫ୍ ଜିଏସଟି ଇଣ୍ଟେଲିଜେନ୍ସ ପକ୍ଷରୁ ଏହି ରେଡ୍ କରାଯାଇଥିବା ଜଣାପଡ଼ିଛି । ତେବେ ଉଭୟ ଓଡ଼ିଶା ଓ କୋଲକାତାରେ ଜିଏସଟି ଚଢ଼ାଉ କରାଯାଇଥିବା ବେଳେ ଭୁବନେଶ୍ୱରରେ କେବଳ ୩ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ଏହି ଶିକ୍ଷାନୁଷ୍ଠାନ ଜିଏସଟି ଫାଙ୍କିଥିବା ନେଇ ଅଭିଯୋଗ ହୋଇଥିବା ସୂଚନା ମିଳିଛି । ତେବେ କୋଚିଂ ସେଣ୍ଟରର ସିଏମଡି ସୁବ୍ରତ ଛାଟୋଇଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଏତେବଡ଼ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରାଯାଇ ଥିବାରୁ ଏହା ପଛରେ ଇଣ୍ଟେଲିଜେନ୍ସ ହାତରେ କିଛି ବଡ଼ ତଥ୍ୟ ଲାଗିଥିବା ଅନୁମାନ କରାଯାଉଛି ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..