ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁରୀରେ ଲୁଚିଥିଲା ଗୁଡ୍ଡୁ ମୁସଲିମ୍ |ୟୁପିର ବହୁ ଚର୍ଚ୍ଚିତ ଉମେଶ ପାଲ ହତ୍ୟା ମାମଲାରେ ଫେରାର ଅଭିଯୁକ୍ତ ଗୁଡ୍ଡୁ ମୁସଲିମର ଲାଷ୍ଟ ଲୋକେସନ୍ ଓଡ଼ିଶା ରହିଛି । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। କୁହାଯାଉଛି ଯେ, ବୋମା ତିଆରିରେ ମାହିର ଗୁଡ୍ଡୁ ମୁସଲିମ୍ ଓଡ଼ିଶାର ପୁରୀରେ ଲୁଚିଥିଲା ଓ ଶେଷ ଲୋକେସନ ପୁରୀରୁ ହିଁ ମିଳିଥିଲା । ଅସଦ୍ ଓ ଗୁଲାମର ଏନକାଉଣ୍ଟର ହେବା ସମୟରେ ଅଣ୍ଡର ଗ୍ରାଉଣ୍ଡ ହୋଇଥିଲା ଗୁଡ୍ଡୁ । ଏସଟିଏଫ ଟିମ୍ ଗୁଡ୍ଡୁ ମୁସଲିମକୁ ଧରିବାକୁ ବିଭିନ୍ନ ସ୍ଥାନରେ ରେଡ୍ କରୁଛି। ଶେଷ ଲୋକେସନ୍ ଓଡ଼ିଶା ଦେଖାଇବା ପରେ ପୁରୀରେ ଏସଟିଏଫ୍ ଟିମ୍ ପହଞ୍ଚିଥିଲା । ତେବେ ସେତେବେଳକୁ ପୁରୀରୁ ଫେରାର ହୋଇଯାଇଥିଲା ଗୁଡ୍ଡୁ । ତା ନାଁରେ ୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଛି । ଗୁଡ୍ଡୁ ସହ ସଂପର୍କରେ ଥିବା ପୁରୁଣା ଅପରାଧୀ ଓ ବାହୁବଳୀଙ୍କ ନେଟଓ୍ବର୍କ ଖୋଜୁଛି ଏସଟିଏଫ୍ । ଲକ୍ଷ୍ନୌର ଜଣେ ବିତ୍ତଶାଳୀ ବ୍ୟକ୍ତି ଓ ଦୁଇ ଜଣ ନେତା ଗୁଡ୍ଡୁ ସହ ସିଧାସଳଖ ସଂପର୍କରେ ଥିବା ଜଣାପଡିଛି । ଓଡ଼ିଶା ପୂର୍ବରୁ କର୍ଣ୍ଣାଟକରେ ଗୁଡ୍ଡୁର ଲୋକେସନ୍ ମିଳିଥିଲା । ଉମେଶ ପାଲ ହତ୍ୟା ପରେ ଗୁଡ୍ଡୁ ଝାନସୀରେ ୫ଦିନ ରହିଥିଲା । ପରେ ମିରଟରେ ଅତିକର ଭଉଣୀ ଆୟଶା ନୁରୀ ଘରେ ଗୁଡ୍ଡୁକୁ ଦେଖିବାକୁ ମିଳିଥିଲା । ଏହାପରଠୁ ଗୁଡ୍ଡୁର ସୁରାକ ମିଳୁନଥିଲା। ପରେ କର୍ଣ୍ଣାଟକ ଓ ଓଡ଼ିଶାରେ ଗୁଡ୍ଡୁର ଲୋକେସନ୍ ଟ୍ରେସ ହୋଇଛି ।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..