ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏଣିକି କୋର୍ଟରେ ମାମଲା ଶୁଣାଣି ଯଥାସମ୍ଭବ ଭର୍ଚୁଆଲ୍ ମୋଡରେ କରାଯିବ। କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି କୋର୍ଟରେ ମାମଲା ଶୁଣାଣି ଭର୍ଚୁଆଲ୍ ମୋଡରେ କରିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହାଛଡ଼ା ଯଦି କୋର୍ଟ ରୁମରେ ଶୁଣାଣି ଆବଶ୍ୟକ ପଡ଼େ ଏଥିଲାଗି ସତର୍କତା ଅବଲମ୍ବନ କରାଯିବ । ଏଥିପାଇଁ କୋର୍ଟ ରୁମରେ ସାମାଜିକ ଦୂରତା ଅବଲମ୍ବନ ସହ କରୋନା କଟକଣା ମାନିବାକୁ ହେବ ବୋଲି କୁହାଯାଇଛି । କୋର୍ଟ ପରିସରକୁ ସପ୍ତାହକୁ ଥରେ ସାନିଟାଇଜ୍ କରାଯିବ । ଏସବୁ କାର୍ଯ୍ୟ ସମାପନ ଲାଗି ଜଣେ ନୋଡାଲ୍ ଅଫିସରଙ୍କୁ ନିୟୋଜିତ କରାଯାଇଛି । ଜ୍ୱର କିମ୍ବା କାଶ ଲକ୍ଷଣ ଥିବା କର୍ମଚାରୀଙ୍କୁ କୋର୍ଟକୁ ବାରଣ କରାଯିବ । ସେହିପରି କୋର୍ଟର ପ୍ରବେଶ ଓ ପ୍ରସ୍ଥାନ ପଥକୁ ଯଥାସମ୍ଭବ କମ୍ କରାଯିବା ପାଇଁ ଚେଷ୍ଟା କରାଯିବ । କୋର୍ଟରେ ଭିଡ଼ କମାଇବା ଲାଗି ମାମଲାର ତାଲିକା ଅନୁରୂପ ଭାବେ ପ୍ରସ୍ତୁତ କରାଯିବ । କୋର୍ଟ ହଲ୍ ଭିତରେ ଓକିଲଙ୍କ ମଧ୍ୟରେ ୬ ଫୁଟ୍ ଦୂରତା ବଜାୟ ରଖିବାକୁ ହେବ । କରୋନା ସ୍ଥିତିରେ କୋର୍ଟରେ ମାମଲା ପରିଚାଳନା କିପରି ହେବ ସେନେଇ ଗତକାଲି ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି, ଜିଲ୍ଲା ଜଜ୍, ଆଡଭୋକେଟ ଜେନେରାଲ୍, ବାର୍ ଆସୋସିଏସନ ଓ ବରିଷ୍ଠ ଆଇନଜୀବୀଙ୍କ ସହ ଭିିଡିଓ କନଫରେନ୍ସିଂରେ ଆଲୋଚନା କରଥିଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ଏହି ଆଲୋଚନା ପରେ କୋର୍ଟ କାର୍ଯ୍ୟ ପାଇଁ ଏଭଳିି ପଦକ୍ଷେପ ନିଆଯାଇଥିବା ନେଇ ସୂଚନା ମିଳିଛି।
More Stories
ନୋବେଲ ଶାନ୍ତି ପୁରସ୍କାର ଘୋଷଣା…..
୧୫ରେ ଶପଥ ନେବେ ନାୟବ ସିଂହ ସୈନି!….
ମହାରାଷ୍ଟ୍ର,ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ !…..