ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁଜରାଟର କିମ୍ ରେଳଷ୍ଟେସନ ନିକଟ ରେଳ ଧାରଣାରେ ଭୟଙ୍କର ଦୁର୍ଘଟଣା ପାଇଁ ହୋଇଥିଲା ଷଡଯନ୍ତ୍ର। ଯାହାର ଭିଡ଼ିଓ ଏବେ ସାମ୍ନାକୁ ଆସିଛି। ରେଳ ଧାରଣାରେ କିଛି ଅସାମାଜିକ ଲୋକମାନେ ଫିସ୍ ପ୍ଲେଟ ଏବଂ ତାହାର ଚାବି ଖୋଲି ଦେଇଥିବା ଜଣାପଡ଼ିଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଖବର ଜଣାପଡ଼ିବା ପରେ ଏହି ଟ୍ରାକରେ ଉତ୍ତରପ୍ରଦେଶକୁ ଯାଉଥିବା ଟ୍ରେନକୁ କିଛି ସମୟ ପାଇଁ ବାତିଲ କରାଯାଇଥିଲା। ରେଳ ଧାରଣାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ତେବେ ରେଳ କର୍ତ୍ତୃପକ୍ଷଙ୍କ ସତର୍କତା ଓ ତୁରନ୍ତ ପଦକ୍ଷେପ ଯୋଗୁଁଁ ଏକ ବଡ ଅଘଟଣ ଟଳି ଯାଇ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲା। ପଶ୍ଚିମ ରେଳପଥର ଭଡୋଦରା ଡିଭିଜନରେ ଏହି ଘଟଣା ଘଟିଥିଲା। ରେଳବାଇ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..