Report Card Odisha

| Daily Odia News

ଗୁଲାବ ପାଇଁ ୨୬ଟ୍ରେନ୍ ବାତିଲ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବାତ୍ୟା ଗୁଲାବ ପାଇଁ ଟ୍ରେନ୍ ବାତିଲ । ସମ୍ଭାବ୍ୟ ବାତ୍ୟା ଗୁଲାବର ପ୍ରଭାବ ପଡ଼ିବ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରରେ । ସେହି ଦୃଷ୍ଟିରୁ ଏହି ଅଞ୍ଚଳ ଦେଇ ଗତି କରୁଥିବା ୨୬ଟି ଟ୍ରେନ୍ ବାତିଲ କରାଯାଇଛି । ଜୋର୍ ବର୍ଷା ପବନର ଆଶଙ୍କା ଥିବାରୁ ଏହି ପଦକ୍ଷେପ ନେଇଛି ରେଳ ବିଭାଗ । ତା ସହିତ ୫ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । କେତେକ ଟ୍ରେନର ଯାତାୟତ ସମୟରେ ପରିବର୍ତ୍ତନ କରାଯାଇଥିବା ମଧ୍ୟ ସୂଚନା ଦିଆଯାଇଛି । ଗୁଣ୍ଟୁର-ରାୟଗଡ଼ା ସ୍ପେସାଲ ଟ୍ରେନ ଗୁଣ୍ଟୁରରୁ ବିଶାଖାପାଟଣା ଯାଏ ଯିବ । ବିଶାଖାପାଟଣାରୁ ରାୟଗଡ଼ା ଯାଏ ଏହାକୁ ବାତିଲ କରାଯାଇଛି । ରେଳ ବିଭାଗ ପକ୍ଷରୁ କୁହାଯାଇଛି, ବର୍ଷା ପବନ ଆଶଙ୍କା ପାଇଁ ସବୁ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ତା ସହିତ ଏହି ଅଞ୍ଚଳରେ ପାଟ୍ରୋଲିଂ କରାଯିବ । ଯେଉଁଠି ବେଶି ବର୍ଷା ପବନର ଆଶଙ୍କା ଅଛି,ସେଠାରେ ଓ୍ୱାଚ୍ ମ୍ୟାନ ରଖିଛି ରେଳ ବିଭାଗ । ଏହା ସହିତ ବିଭିନ୍ନ ବ୍ରିଜ ଉପରେ ମଧ୍ୟ ନଜର ରଖାଯାଇଛି । ଇଲେକ୍ଟ୍ରିକାଲ ଓ ସିଗନାଲ ବ୍ୟବସ୍ଥା ଯେପରି ବେଶି ପ୍ରଭାବିତ ନ ହୁଏ, ସେଥିପାଇଁ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି ।

 

 

 

Breaking News