ରିପୋର୍ଟ କାର୍ଡ / ପୁରୀ
୨୦୨୬ ଘୋଷଯାତ୍ରା ବେଳକୁ ଗୁଣ୍ଡିଚା ମନ୍ଦିର ରୋଷ ଘର କାମ ସମ୍ପୂର୍ଣ୍ଣ ହେବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ପରେ ଆଜି ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ। ଗୁଣ୍ଡିଚା ମନ୍ଦିର ରୋଷଘର ଉନ୍ନତୀକରଣକୁ ସର୍ବାଧିକ ଗୁରୁତ୍ଵ ଦିଆଯାଇଛି। ଏବେଠାରୁ କାମ ହେଲେ ୨୦୨୬ ଘୋଷଯାତ୍ରା ବେଳକୁ କାମ ସମ୍ପୂର୍ଣ୍ଣ ହେବ। ଚଳିତବର୍ଷର ନୀଳାଦ୍ରି ବିଜେ ସରିଲେ ରୋଷ ଘର କାମ ଆରମ୍ଭହେବ। ପରିକ୍ରମା ପ୍ରକଳ୍ପ କାମ ପାଖାପାଖି ସରିଛି, ଆଉ କିଛି ବାକି ରହିଛି। ସଠିକ୍ ଭାବରେ କାମ ସାରିବାକୁ ସମ୍ପୃକ୍ତ ସଂସ୍ଥା ମାନଙ୍କୁ କୁହାଯାଇଛି।






More Stories
ବସ୍ରେ ଫାୟାର୍ ସେଫ୍ଟି ସିଷ୍ଟମ୍ ବାଧ୍ୟତାମୂଳକ……
ନିଲମ୍ବିତ ହେଲେ ଲୋକସମ୍ପର୍କ ଅଧିକାରୀ……
ତହସିଲ ଅଫିସରେ ହେବ ଜମି କିଣାବିକା……