ରିପୋର୍ଟ କାର୍ଡ / ରାୟପୁର
ଗ୍ରୁପଚୁପ୍ ଖାଇ ୭୧ ଜଣ ଅସୁସ୍ଥ ହୋଇଛନ୍ତି | ଏଭଳି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ର ରାଜନାନ୍ଦଗ୍ରାମ ଜିଲ୍ଲା ଗାତାପାର କଲା ବଜାରରେ | ସୂଚନା ଅନୁସାରେ- ଗ୍ରୁପଚୁପ୍ ଏବଂ ଭେଲପୁରି ଖାଇ ୭୧ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ୪୭ ଶିଶୁ ମଧ୍ୟ ସାମିଲ ଅଛନ୍ତି। ସମସ୍ତ ଅସୁସ୍ଥମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଜଣାପଡ଼ିବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଚିନ୍ତାରେ ପଡ଼ିଛି। ଜିଲ୍ଲାପାଳ ତାରଣ ପ୍ରକାଶ ସିହ୍ନା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମିଥିଲେସ ଚୌଧୁରୀଙ୍କ ସମେତ ଅନ୍ୟ ଅଧିକାରୀମାନେ ହସ୍ପିଟାଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ମିଳିଥିବା ଖବର ଅନୁଯାୟୀ, ଗାତାପାର କଲାରେ ମଙ୍ଗଳବାର ସାପ୍ତାହିକ ହାଟ ଥିଲା । ହାଟରେ ଥିବା ଏକ ଠେଲା ଦୋକାନରୁ କିଛି ଶିଶୁ ଏବଂ ବୟସ୍କ ଗୁପଚୁପ, ଭେଲ୍ ପୁରୀ ଆଦି ଖାଇଥିଲେ। କିନ୍ତୁ ଘରକୁ ଫେରିବା ପରେ କିଛି ପିଲାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଥିଲା। ଏହା ପରେ ଗାଁରେ ଭୟର ବାତାବରଣ ଖେଳିଯାଇଥିଲା। ଲୋକେ ଭୟରେ ଅସୁସ୍ଥଙ୍କୁ ସ୍ଥାନୀୟ ମେଡିକାଲ ନେଇଯାଇଥିଲେ । ଜିଲ୍ଲାପାଳ ସ୍ବାସ୍ଥ୍ୟ କର୍ମୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ସଂପୃକ୍ତ ଗାଁରେ କ୍ୟାମ୍ପ କରି ରହିଥିବା ଜଣାପଡ଼ିଛି । ଏହା ସହ ଗାଁର ସମସ୍ତ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି।
More Stories
କୁମ୍ଭମେଳାରେ ବୁଡ ପକାଇବେ ପ୍ରଧାନମନ୍ତ୍ରୀ…..
ଆଜି ଭୋଟ୍ ଦେଉଛି ଦିଲ୍ଲୀ,୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର…..
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……