Report Card Odisha

| Daily Odia News

ଗୁପଚୁପ୍‍ ପାଇଁ ଜୀବନ ହାରିଲେ ସ୍ତ୍ରୀ…..

ରିପୋର୍ଟ କାର୍ଡ / ମୁମ୍ବାଇ

ସ୍ୱାମୀ ଗୁପଚୁପ୍‍ ଖାଇବାରେ ନାପସନ୍ଦ ଥିଲେ ସ୍ତ୍ରୀ | ଶେଷରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡିଛି। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ପୁଣେରେ | ବିଷ ପିଇବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ସ୍ତ୍ରୀକୁ ଆତ୍ମହତ୍ୟା କରିବା ପାଇଁ ଉସକାଇବା ଅଭିଯୋଗରେ ପୋଲିସ ଉକ୍ତ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ,ପୁଣେର ଅମ୍ବେଗାଓଁ ପଠାରେ ପ୍ରତୀକ୍ଷା ସରବଡେର ରହୁଥିଲେ। ୨୦୧୯ରେ ତାଙ୍କ ବିବାହ ଗହିହିନାଥଙ୍କ ସହ ହୋଇଥିଲା। ତାଙ୍କର ଏକ ୧୮ ମାସର ଶିଶୁ ମଧ୍ୟ ରହିଛି। ପ୍ରତୀକ୍ଷା ଓ ଗହିହିନାଥଙ୍କ ମଧ୍ୟରେ ଛୋଟମୋଟ ଝଗଡା ଲାଗି ରହୁଥିଲା। ଥରେ ଝଗଡା ହେବା ସମୟରେ ପ୍ରତୀକ୍ଷା ତାଙ୍କ ସ୍ୱାମୀଙ୍କୁ କହିଥିଲେ ଯଦି ସେ କେବେ ଗୁପଚୁପ୍‍ ଖାଇବେ ତେବେ ସେ ବିଷ ପିଇଦେବେ। ସେଭଳି ହିଁ ହୋଇଛି। ଶୁକ୍ରବାର ଗହିହିନାଥ ବଜାରରୁ ଘରକୁ ଫେରୁଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ପାଇଁ ଗୁପଚୁପ ଆଣିଥିଲେ। ମାତ୍ର ପ୍ରତୀକ୍ଷା ତାଙ୍କ ହାତରେ ଗୁପଚୁପ ଦେଖି ରାଗି ଯାଇଥିଲେ। ୨ ଜଣଙ୍କ ମଧ୍ୟରେ ଏହାକୁ କେନ୍ଦ୍ର କରି ଅନେକ ସମୟ ପର୍ଯ୍ୟନ୍ତ ଝଗଡା ହୋଇଥିଲା । ପର ଦିନ ପ୍ରତୀକ୍ଷା ବିଷ ପିଇ ଦେଇଥିଲେ। ଗହିହିନାଥ ପଡୋଶୀଙ୍କ ସହ ମିଶି ପ୍ରତୀକ୍ଷାଙ୍କୁ ହସ୍ପିଟାଲ ନେଇଥିଲେ । ମାତ୍ର ଗୋଟିଏ ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ସୋମବାର ଦିନ ପ୍ରତୀକ୍ଷାଙ୍କ ବାପା ଗହିହିନାଥଙ୍କ ବିରୁଦ୍ଧରେ ଆତ୍ମହତ୍ୟା ପାଇଁ ପ୍ରତୀକ୍ଷାଙ୍କୁ ଉସକାଇବା ଅଭିଯୋଗରେ ଥାନାରେ ମାମଲା ଦାୟର କରିଥିଲେ। ଏହାପରେ ପୋଲିସ ଗହିହିନାଥଙ୍କୁ ଗିରଫ କରିଛି।

Breaking News